ETV Bharat / state

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସୁଡଙ୍ଗ, ପୁନରୁଦ୍ଧାର କାର୍ଯ୍ୟ ପାଇଁ ଜଳ ଖାଲି ସମୟରେ ହେଲା ଠାବ - ସୁଡ଼ଙ୍ଗ

Tunnel Found In Puri Indradyumna Pond: ଶ୍ରୀକ୍ଷେତ୍ରର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ମିଳିଛି ସୁଡଙ୍ଗ ସନ୍ଧାନ । ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପାଣି ଶୁଖିଯିବା ପରେ ଦେଖାଯାଇଛି ଏହି ସୁଡ଼ଙ୍ଗ ସଦୃଶ ନାଳ । ଅଧିକ ପଢ଼ନ୍ତୁ

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସୁଡଙ୍ଗ
ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସୁଡଙ୍ଗ
author img

By ETV Bharat Odisha Team

Published : Dec 26, 2023, 7:20 PM IST

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସୁଡଙ୍ଗ

ପୁରୀ: ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ପ୍ରାଚୀନତମ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ମିଳିଛି ସୁଡଙ୍ଗ ସନ୍ଧାନ । ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଜଳ ଖାଲି କରାଯିବା ସମୟରେ ଠାବ କରାଯାଇଛି ଏହି ସୁଡ଼ଙ୍ଗ । ସୁଡ଼ଙ୍ଗ ପ୍ରାୟ ଏହି ନାଳଟି ୨୦ ରୁ ୩୦ ମିଟର ପର୍ଯ୍ୟନ୍ତ ଲମ୍ବିଥିବାର ଅନୁମାନ କରାଯାଉଛି । ତେବେ ଶ୍ରୀକ୍ଷେତ୍ରରେ ଏହି ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାକୁ ଦେଖିବାକୁ ଭିଡ଼ ଜମିଛି ।

ଶ୍ରୀକ୍ଷେତ୍ରରେ ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା । ଶ୍ରୀକ୍ଷେତ୍ର ପୁରୀର ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ଦିଶିଲା ସୁଡଙ୍ଗ । ସୁଡ଼ଙ୍ଗ ପ୍ରାୟ ଏହି ନାଳଟି ୨୦ ରୁ ୩୦ ମିଟର ପର୍ଯ୍ୟନ୍ତ ଲମ୍ବିଥିବାର ଅନୁମାନ କରାଯାଉଛି । ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପାଣି ଶୁଖିଯିବା ପରେ ଦେଖାଯାଇଛି ଏହି ସୁଡ଼ଙ୍ଗ ସଦୃଶ ନାଳ । ଯାହାକୁ ନେଇ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଲୋକେ ଏହା ଭିତ୍ତରେ ବାଉଁଶ ଭର୍ତି କରି ଦେଖିଥିବା ବେଳେ ଏହାର ଦୂରତା ଅଧିକ ଥିବା କୁହାଯାଉଛି । ଯାହାକୁ ନେଇ ସାଧାରଣରେ କୌତୁହଳ ବଢିବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ.......ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠୁ ନିମନ୍ତ୍ରଣ ଯାତ୍ରା; ପ୍ରଥମେ ପ୍ରଭୁ ଲିଙ୍ଗରାଜ ନିମନ୍ତ୍ରିତ

ତେବେ ବୁଦ୍ଧିଜୀବୀଙ୍କ କହିବା ଅନୁସାରେ, ଶ୍ରୀକ୍ଷେତ୍ରରେ ବିଭିନ୍ନ ପୁଷ୍କରିଣୀର ଜଳ ନିଷ୍କାସନ ପାଇଁ ବହୁତ ପୂର୍ବରୁ ମୂଷା ନଇକୁ ସଂଯୋଗିକରଣ ନାଳ ସବୁ କରାଯାଇଥିଲା । ଏହା ତାହାର ଅନ୍ତର୍ଭୁକ୍ତ ବୋଲି କହିଛନ୍ତି ପଣ୍ଡିତ ହରିଶଙ୍କର ମିଶ୍ର । ଏହି ନଳା ମଧ୍ୟମରେ ପାଖରେ ଥିବା ଜମିକୁ ଜଳସେଚନ କରାଯାଉଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ସମାନ ମତ ଦେଇଛନ୍ତି । ତେବେ ନାଳର ଶେଷ ପର୍ଯ୍ୟନ୍ତ ମାଟି ବାହାର କରାଗଲେ ଅନେକ ଐତିହାସିକ ତଥ୍ୟ ବାହାରିପାରେ ବୋଲି ମଧ୍ୟ ମତ ପ୍ରକାଶ ପାଇଛି । ଏହାସହ ପୁଷ୍କରିଣୀରେ ଅନେକ ଐତିହ ମଧ୍ୟ ଲୁଚି ରହିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ପୁରୀର ଗଙ୍ଗା ମାତା ମଠରେ ଏକ ସୁଡ଼ଙ୍ଗ ଠାବ ହୋଇଥଲା । ଏହାର ପ୍ରକୃତ ତଥ୍ୟ ସରକାର ଆଗକୁ ଆଣିବାକୁ ଦାବି ହୋଇଥିଲା । ଏହାର କିଛି ଦିନ ପରେ ପୁଣି ପୋଖୋରୀରୁ ସୁଡ଼ଙ୍ଗ ମିଳିବା ଚର୍ଚ୍ଚା ଜୋର ଧରିଛି । ତେବେ ଏହା ପାଣି ନିଷ୍କାସନ ବାଟ କିମ୍ବା ଏହା ପଛରେ ଅନ୍ୟ କୌଣସି ରହସ୍ୟ ଲୁଚି ରହିଛି ସେନେଇ ପ୍ରଶାସନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.