ETV Bharat / state

ପୁରୀରେ ଅନ୍ତର୍ଜାତୀୟ ୱାଟର ଆସୋସିଏସନର ପ୍ରତିନିଧି ମଣ୍ଡଳୀ, ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ସ୍କିମକୁ ପ୍ରଶଂସା

author img

By ETV Bharat Odisha Team

Published : Oct 8, 2023, 7:26 PM IST

ପୁରୀର ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ସ୍କିମରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଅନୁଧ୍ୟାନ କଲେ ଲଣ୍ଡନରୁ ଆସିଥିବା ଅନ୍ତର୍ଜାତୀୟ ଓ୍ବାଟର ଆସୋସିଏସନର ପ୍ରତିନିଧି ମଣ୍ଡଳୀ । ଅଧିକ ପଢନ୍ତୁ

ଡ୍ରିଙ୍କ ଫ୍ରମ ଟ୍ୟାପ ସ୍କିମର ଅନୁଧ୍ୟାନ କଲା ଆନ୍ତର୍ଜାତୀୟ ଓ୍ବାଟର ଆସୋସିଏସନ

ପୁରୀ: ସହରରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ସ୍କିମରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳ ପ୍ରକଳ୍ପକୁ ଅନୁଧ୍ୟାନ କଲେ ଲଣ୍ଡନରୁ ଆସିଥିବା ଆନ୍ତର୍ଜାତୀୟ ଓ୍ବାଟର ଆସୋସିଏସନର ପ୍ରତିନିଧିମଣ୍ଡଳୀ । ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ସ୍କିମରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପୁରୀ ସହରବାସୀ ପାଉଥିବା ବେଳେ ଏହି ସଫଳ ପ୍ରକଳ୍ପ ଏବେ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ସାରା ବିଶ୍ବର ଅନେକ ସ୍ଥାନରେ ୨୪ ଘଣ୍ଟିଆ ପାନୀୟ ଜଳ ପାଇବା ଏକ ବଡ଼ ସମସ୍ୟା ଥିବାବେଳେ ପୁରୀ ସହରରେ ଏହା କିଭଳି ସଫଳ ହୋଇଛି ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଲଣ୍ଡନରୁ ଆସିଥିବା ଆନ୍ତର୍ଜାତୀୟ ଓ୍ବାଟର ଆସୋସିଏସନର ପ୍ରତିନିଧି ମଣ୍ଡଳୀ ।

ଏହି ଟିମ୍ ପୁରୀ ସହରରେ ଓ୍ବାଟକୋ ପକ୍ଷରୁ ହୋଇଥିବା ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥାର କାର୍ଯ୍ୟ ଶୈଳୀ, ଉପଯୋଗ ହୋଇଥିବା ବୈଷୟିକ ଜ୍ଞାନ କୌଶଳ ବୁଲି ଦେଖିଥିଲେ । ସହରରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ପ୍ରୋଜେକ୍ଟ ସାରା ବିଶ୍ୱବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଏକ ନୂଆ ରାସ୍ତା ଦେଖାଇବ ବୋଲି ଆନ୍ତର୍ଜାତୀୟ ଓ୍ବାଟର ଆସୋସିଏସନ୍ ୟୁକେର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ କଲାନିଥି ଭୈରଭମୂର୍ତ୍ତି କହିଛନ୍ତି ।

ପୁରୀ ମଙ୍ଗଳାଘାଟରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ଅତ୍ୟାଧୁନିକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଦୈନିକ ୪୦ ଏମ୍ ଏଲ୍ ଡି ତଥା ୪ ଶହ ଲକ୍ଷ ଲିଟର ପାନୀୟ ଜଳ ଯୋଗାଣ ହେଉଛି । ଦୁଇଟି ବଡ଼ କୃତିମ ପୋଖରୀରେ ପାନୀୟ ଜଳକୁ ଗଚ୍ଛିତ କରାଯାଇ ସେହି ଜଳକୁ ବିଶୋଧନ ପରେ ପୁରୀ ସହରକୁ ୧୯ଟି ଓଭର ହେଡ୍ ଟାଙ୍କି ଦ୍ବାରା ଯୋଗାଣ ହେଉଛି ।

ଆଗାମୀ ୨୦୨୫ ମସିହା ସୁଦ୍ଧା ଆଉ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇ ପୁରୀ ସହରକୁ ଆହୁରି ୪୦୦ ଲକ୍ଷ ଲିଟର ପାନୀୟ ଜଳ ଯୋଗାଣ ପାଇଁ ସରକାର ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ଆଗାମୀ ୨୦୪୦ ମସିହା ପର୍ଯ୍ୟନ୍ତ ସହରକୁ ପାନୀୟ ଜଳ ଯୋଗାଣରେ କୌଣସି ସଙ୍କଟ ସୃଷ୍ଟି ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଶା ରଖାଯାଇଛି । ସେପଟେ ସହରର ବିଭିନ୍ନ ୱାର୍ଡରେ ଜଳସାଥି ଭାବେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ସହ ଆନ୍ତର୍ଜାତୀୟ ଓ୍ବାଟର ଆସୋସିଏସନ୍ ଟିମ୍ ଆଲୋଚନା କରିବା ସହ ସେମାନଙ୍କ ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ଆଜି ଦେବୀ ଉତ୍ଥାପନ ନୀତି ଓ ଦ୍ଵିତୀୟା ଓଷା

୨୦୨୧ ମସିହାରେ ପୁରୀ ସହରରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପ ସଫଳ ହେବା ପରେ ଓଡ଼ିଶାର ବିଭିନ୍ନ ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରୁଛନ୍ତି ସରକାର ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.