ETV Bharat / state

୨୩ରେ ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Feb 11, 2023, 7:26 AM IST

ଆସନ୍ତା ୨୩ରେ ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ସୁଆଣ୍ଡୋ ପରିଦର୍ଶନ କରି ତଦାରଖ କଲେ 5T ସଚିବ । ଅଧିକ ପଢନ୍ତୁ

VK Pandian visits Suando
VK Pandian visits Suando

VK Pandian visits Suando
VK Pandian visits Suando

ପୁରୀ: ଆସନ୍ତା ୨୩ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ 5T ସଚିବ ଭି.କେ ପାଣ୍ଡିଆନ ଗତକାଲି(ଶୁକ୍ରବାର) ସୁଆଣ୍ଡୋ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ପୁରୀ ଜିଲ୍ଲାର ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠ ପରିଦର୍ଶନ କରି ଏହାର ପୁନଃବିକାଶ କାର୍ଯ୍ୟ ତଦାରଖ କରିଛନ୍ତି ।

VK Pandian visits Suando
VK Pandian visits Suando

ଉତ୍କଳମଣିଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ସୁଆଣ୍ଡୋବାସୀଙ୍କ ଅନୁରୋଧକ୍ରମେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି । ଏହାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି ଏବଂ ଏଥିରେ ଭି.କେ ପାଣ୍ଡିଆନ ଯୋଗ ଦେଇ ପୂର୍ଣ୍ଣାହୁତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପରେ ପାଣ୍ଡିଆନ ଉତ୍କଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ଗାଁ ପୋଖରୀର ପୁର୍ନରୁଦ୍ଧାର କାର୍ଯ୍ୟ ତଥା ସଂଗ୍ରହାଳୟ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ କାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ ।

VK Pandian visits Suando
VK Pandian visits Suando

ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ବ୍ୟକ୍ତି ବିଶେଷ ପୂଜାରେ ଯୋଗ ଦେଇଥିଲେ । ଏହାସହିତ ଆଗାମୀ ଉଦଘାଟନ ସମ୍ପର୍କରେ ଆଲୋଚନା ଓ କ୍ଷେତ୍ର ପରିଦର୍ଶନ କରିଥିଲେ।

ଏହାମଧ୍ୟ ପଢନ୍ତୁ: ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଧପନ୍ତରା, ଦୋଳ ପୂର୍ଣ୍ଣିମା ନିତୀକାନ୍ତିକୁ ନେଇ ଚିନ୍ତାରେ ସେବାୟତ

ସେବା ଓ ସଂଗ୍ରାମର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସ ଓଡି଼ଆ ଜନମାନସର ଅଦ୍ବିତୀୟ ନେତା । ଦେଶ ପାଇଁ, ଜାତି ପାଇଁ ତାଙ୍କର ତ୍ୟାଗ ଆଜି ତାଙ୍କୁ ଅମର କରି ରଖିଛି । ତ୍ୟାଗ ଓ ସେବାର ପ୍ରତୀକ ଥିଲେ ଉତ୍କଳମଣି । ସେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍, କବି ଓ ସାମ୍ବାଦିକ ଥିଲେ । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଏବଂ ସୁଆଣ୍ଡୋର ବିକାଶ କାର୍ଯ୍ୟ ପଣ୍ଡିତ ଗୋପବନ୍ଧୁଙ୍କ ପରିବାର ତଥା ସୁଆଣ୍ଡୋ ଜନସାଧାରଣଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.