ETV Bharat / state

ପୁରୀରେ 5ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା - ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ 5ଟି ସଚିବ

ପୁରୀ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାକଙ୍କ 5ଟି ସଚିବ ଭିକେ ପାଣ୍ଡିଆନ । ଅଧିକ ପଢ଼ନ୍ତୁ

ପୁରୀରେ 5ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Nov 12, 2022, 6:38 PM IST

ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାକଙ୍କ 5ଟି ସଚିବ ଭିକେ ପାଣ୍ଡିଆନ ।

ପୁରୀରେ 5ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଶନିବାର ରାଜ୍ୟ ସରକାରଙ୍କ 5ଟି ସଚିବ ପୁରୀ ଗସ୍ତରେ ଆସିଥିଲେ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ । ପରେ ମା' ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ 5ଟି ସଚିବ ଭିକେ ପାଣ୍ଡିଆନ । ଏହାପରେ ପୁରୀରେ ଚାଲିଥିବା ଶ୍ରୀସେତୁ ନିର୍ମାଣ କାଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏହି କାର୍ଯ୍ୟକ୍ରମରେ 5ଟି ସଚିବଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଉପସ୍ଥିତ ରହିଥିଲେ ।

ପୁରୀକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଏନେଇ ସରକାରଙ୍କ 5ଟି ସଚିବ ବିଭିନ୍ନ ସମୟରେ ପୁରୀ ଗସ୍ତରେ ଆସି ସମସ୍ତ କାର୍ଯ୍ୟର ତଦାରଖ କରିବା ସହ ଅନୁଧ୍ୟାନ ମଧ୍ୟ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.