ବ୍ରହ୍ମଗିରି: ବିଧାୟକଙ୍କ ହାତ ଛାଡିଲେ ନିଜ ଗ୍ରାମର 50 ପରିବାର । ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାୟକଙ୍କ ନିଜ ଗ୍ରାମର 50 ପରିବାର ବିଜେଡିରେ ଯୋଗ ଦେଇଛନ୍ତି । ବିଧାୟକଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ନେତା କହିଛନ୍ତି ।
ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନିଜ ଗ୍ରାମ ଗଦାରୋଡଙ୍ଗର 50 ପରିବାର ବିଧାୟକଙ୍କ ହାତ ଛାଡିବା ସହ ତାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବିଜେପି ଛାଡି ବିଜେଡି ରେ ଯୋଗ ଦେଇଛନ୍ତି । ଯାହା ଫଳରେ ବିଧାୟକଙ୍କ ପାରିବା ପଣିଆ ପଦାରେ ପଡିଯାଇଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀ ତାଙ୍କର ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପି ଛାଡି ବିଜେପିରେ ଯୋଗ ଦେଇଥିବା ନେତା କହିଛନ୍ତି । ସୂଚନା ଥାଉକି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଗତ ସାଧାରଣ ନିର୍ବାଚନ2019ରେ ବ୍ରହ୍ମଗିରିରେ ବିଜେପି ପ୍ରାର୍ଥୀ ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନିକଟରୁ ପରାଜିତ ହୋଇଥିଲେ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ