ETV Bharat / state

5 ଡ଼କାୟତଙ୍କୁ ଗିରଫ କଲା ଡେଲାଙ୍ଗ ପୋଲିସ - robbers arrested

ଡେଲାଙ୍ଗ ପୋଲିସ 5 ଜଣ ଡ଼କାୟତଙ୍କୁ ଗିରଫ କରିଛି। ଗିରଫ ଡ଼କାୟତଙ୍କ ଠାରୁ ଖଣ୍ଡା, ଲୁହା ରଡ଼, ହାତୁଡି, ବମ୍ ଓ ଲଙ୍କା ଗୁଣ୍ଡ ମଧ୍ୟ ପୋଲିସ ଜବତ କରିଛି। ଅଧିକ ପଢନ୍ତୁ...

5 ଡ଼କାୟତଙ୍କୁ ଗିରଫ କଲା ଡେଲାଙ୍ଗ ପୋଲିସ
5 ଡ଼କାୟତଙ୍କୁ ଗିରଫ କଲା ଡେଲାଙ୍ଗ ପୋଲିସ
author img

By

Published : Nov 16, 2020, 7:07 PM IST

ପୁରୀ: ଡେଲାଙ୍ଗ ପୋଲିସ 5 ଜଣ ଡ଼କାୟତଙ୍କୁ ଗିରଫ କରିଛି। ଗିରଫ ଡ଼କାୟତଙ୍କ ଠାରୁ ଖଣ୍ଡା, ଲୁହା ରଡ଼, ହାତୁଡି, ବମ୍ ଓ ଲଙ୍କା ଗୁଣ୍ଡ ମଧ୍ୟ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳର ବସିରୁଲା ଖାନ, ମୁକ୍ତାର ଖାନ, ମୁହାଜିଦ ଖାନ, ସାକାବତ ଖାନ ଓ ପୁରୀ ଡେଲାଙ୍ଗ ଅଞ୍ଚଳର ସୁନୀଲ ଜେନା।

5 ଡ଼କାୟତଙ୍କୁ ଗିରଫ କଲା ଡେଲାଙ୍ଗ ପୋଲିସ

ପୋଲିସର ସୂଚନାନୁଯାୟୀ, ଡେଲାଙ୍ଗ ପୋଲିସ ପକ୍ଷରୁ ରବିବାର ରାତି ପେଟ୍ରୋଲିଂ ବେଳେ ସ୍ଥାନୀୟ ଲୁହଗଡା ଛକରେ ବିଳମ୍ବିତ ରାତିରେ 5 ରୁ 7 ଜଣ ବ୍ୟକ୍ତି ଏକାଠି ହୋଇଥିବା ପୋଲିସ ଦେଖିଥିଲା । ସନ୍ଦେହ କରି ପୋଲିସ ସେମାନଙ୍କ ପାଖକୁ ଗଲାବେଳକୁ ଅଭିଯୁକ୍ତ ମାନେ ପୋଲିସ ଟିମ୍ ଉପରେ ବୋମାମାଡ଼ କରି ଖସି ପଳାଇବାକୁ ଚେଷ୍ଟା କରିଥିଲେ।

ତେବେ ପୋଲିସ କୌଶଳର ସହ 5 ଜଣ ଡ଼କାୟତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ତେବେ ଆଉ 2 ଜଣ ଫେରାର ହେବାରେ ସକ୍ଷମ ହୋଇଥିଲେ। ତେବେ ଗିରଫ 5 ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ପୁରୀ ଓ ଖୋର୍ଦ୍ଧା ଅଞ୍ଚଳରେ ଏକାଧିକ ମାମଲାରେ ଜଡିତ ଥିବା ପୋଲିସ କହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.