ETV Bharat / state

'ମାନଚିତ୍ରରେ ପୁରୀ ହେବ 1 ନମ୍ବର'

ବିଜୟୀ ହେଲେ ପୁରୀକୁ ଭାରତ ପର୍ଯ୍ୟଟନ ମାନଚିତ୍ରରେ 1 ନମ୍ବର କରିବା ପ୍ରାଥମିକତା ରହିବ ବୋଲି କହିଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ । ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ମତ ରଖିଛନ୍ତି ସେ।

author img

By

Published : Apr 3, 2019, 1:51 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୁରୀ ଲୋକସଭା ନିର୍ବାଚନରେ ଚଳିତ ବର୍ଷ ହେବ ତ୍ରିମୁଖୀ ଲଢେଇ । ରାଜନୈତିକ ଦଳର ପରୀକ୍ଷଣ ପାଇଁ ମଇଦାନରେ ଅଛନ୍ତି ଓକିଲ, ମୁଖପାତ୍ର ଓ ସାମ୍ବାଦିକ । ବିଜେପି ମୁଖମାତ୍ର ସମ୍ବିତ ପାତ୍ର, ବିଜେଡିର ପିନାକି ମିଶ୍ର ଏବଂ କଂଗ୍ରେସର ସତ୍ୟ ପ୍ରକାଶ ନାୟକଙ୍କ ମଧ୍ୟରେ ହେବ ଜୋରଦାର ଲଢେଇ । ତେବେ ବରିଷ୍ଠ ସାମ୍ବାଦିକ ତଥା କଂଗ୍ରେସ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକଙ୍କର ଏହା ପ୍ରଥମ ରାଜନୈତିକ ଲଢେଇ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ନିର୍ବାଚନ ଜିତିଲେ ପୁରୀ ପାଇଁ କଣ କରିବେ ପ୍ରଶ୍ନରେମତ ରଖିଛନ୍ତି ସେ । ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଏହିସବୁ ପ୍ରଶ୍ନର ଉତ୍ତର ରଖିଛନ୍ତିଶ୍ରୀ ନାୟକ ।ବିଜୟୀ ହେଲେ ପୁରୀକୁ ସାରା ଭାରତ ବର୍ଷରେ ଏବଂ ପର୍ଯ୍ୟଟନ ମାନଚିତ୍ରରେ 1 ନମ୍ବର କରିବା ତାଙ୍କର ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ଶ୍ରୀ ନାୟକ । ଆଜିରସମୟରେ ବେରୋଜଗାର ଏବଂ ଚାଷୀଙ୍କ ସମସ୍ୟା ସବୁଠୁ ବଡ ସମସ୍ୟା। ତେଣୁ ପୁରୀର ପ୍ରତ୍ୟେକ ବ୍ଲକରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବ ।

ଯାହା ଦ୍ବାରା ସ୍ଥାନୀୟ ବେରୋଜଗାରୀଙ୍କ ସମସ୍ୟାକୁ ଦୂର କରାଯାଇ ପାରିବ । ଏହା ସହ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ମୂଲ୍ୟ କିପରି ଦିଆଯିବ ସେ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ଖାଲି ସେତିକି ନୁହେଁ ଜିଲ୍ଲାବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ଏବଂ ଶିକ୍ଷା ଯୋଗାଇ ଦେବାର ଲକ୍ଷ୍ୟ ମଧ୍ୟ ରଖିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.