ETV Bharat / state

ଡକାୟତ ଯୋଜନା ଉଦ୍ୟମକୁ ପଣ୍ଡ କଲା ପୋଲିସ, 5 ଗିରଫ - ଡକାୟତ ଯୋଜନା ଉଦ୍ୟମକୁ ପଣ୍ଡ କଲା ବଳଙ୍ଗା ପୋଲିସ

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ପିପିଲି ନିମାପଡା ମୁଖ୍ୟ ରାସ୍ତାର ହରିପୁର ସାଳଜଙ୍ଗ ରାସ୍ତା କଡ଼ରେ ବସି ବଡ଼ ଧରଣର ଡକାୟତି ଯୋଜନା କରୁଥିବା ଏକ 5 ଜଣିଆ ଡକାୟତି ଗ୍ୟାଙ୍ଗକୁ ବଳଙ୍ଗା ପୋଲିସ ଧରିବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ...

ଡକାୟତ ଯୋଜନା ଉଦ୍ୟମକୁ ପଣ୍ଡ କଲା ପୋଲିସ, 5 ଗିରଫ

author img

By

Published : Oct 14, 2020, 9:50 AM IST

ପୁରୀ: ଡକାୟତ ଯୋଜନା ଉଦ୍ୟମକୁ ପଣ୍ଡ କଲା ପୋଲିସ । 5 ଡକାୟତ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ ପୋଲିସ ଜବତ କରିଛି। ସ୍ଥାନୀୟ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ସ୍ବୀକାର କରିଥିଲେ ।

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ପିପିଲି ନିମାପଡା ମୁଖ୍ୟ ରାସ୍ତାର ହରିପୁର ସାଳଜଙ୍ଗ ରାସ୍ତା କଡ଼ରେ ବସି ବଡ଼ ଧରଣର ଡକାୟତି ଯୋଜନା କରୁଥିବା ଏକ 5 ଜଣିଆ ଡକାୟତି ଗ୍ୟାଙ୍ଗକୁ ବଳଙ୍ଗା ପୋଲିସ ଧରିବାରେ ସକ୍ଷମ ହୋଇଛି। ବିଳମ୍ବିତ ରାତିରେ ବଳଙ୍ଗା ଥାନା ଅଧିକାରୀ ରଞ୍ଜିତ କୁମାର ପ୍ରଧାନ ପାଟ୍ରୋଲିଂ କରୁଥିବାବେଳେ ସଂଘବଦ୍ଧ ଭାବେ ଦୁର୍ବୃତ୍ତମାନେ ବସିଥିବା ଦେଖିଥିଲେ। ତେବେ ପୋଲିସକୁ ଦେଖି 5 ଜଣ ଦୁର୍ବୃତ୍ତ ଦଉଡ଼ିବାକୁ ଲାଗିଥିଲେ। ପରେ ବଳଙ୍ଗା ଥାନା ଅଧିକାରୀ ଓ କନେଷ୍ଟବଳମାନେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତଙ୍କୁ ଧରିଥିଲେ।

ଗିରଫ ଅଭିଯୁକ୍ତଙ୍କ ନାଁରେ ପୁରୀ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ଡକାୟତି ନେଇ ଅନେକ ମାମଲା ରହିଥିବା ପୋଲିସ କହିଛି। ଅଭିଯୁକ୍ତଙ୍କୁ ନିମାପଡା କୋର୍ଟରେ ହଜାର ପରେ ଜେଲକୁ ପଠାଇ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.