ETV Bharat / state

ଚତୁର୍ଥ ଦିନରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା, ଗୁପ୍ତ କୋଠରୀ ନେଇ ଚର୍ଚ୍ଚା - ମେଘନାଦ ପାଚେରୀର ଉଚ୍ଛେଦ ପ୍ରକ୍ରିୟା

ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀର ଉଚ୍ଛେଦ ପ୍ରକ୍ରିୟା ବେଳେ ଜନସାଧାରଣଙ୍କ ମଧ୍ୟରେ ଗୁଜବ ଖବର ପ୍ରସାରିତ ହୋଇଛି । କୁହାଯାଉଛି ମେଘନାଦ ପାଚେରୀକୁ ଉଚ୍ଛେଦ କରିବା ପରେ ଏକ ପରିତ୍ୟକ୍ତ କୋଠରୀ ମିଳିଛି । ଯାହାକି ଗୁପ୍ତ କୋଠରୀ ହୋଇଥିବା ଚର୍ଚ୍ଚା ଚାଲିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 22, 2019, 2:10 PM IST

Updated : Aug 22, 2019, 2:42 PM IST

ପୁରୀ: ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଉଚ୍ଛେଦ ପ୍ରକ୍ରିୟାଟି ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗିଥିବା ଉଚ୍ଛେଦ ଭଗ୍ନାବଶେଷ ଗୁଡିକୁ ଗୁରୁବାର ସଫା କରାଯାଇଛି । ତେବେ ଏହି ପାଚେରୀକୁ ଲାଗିଥିବା ଏକ ପରିତ୍ୟକ୍ତ କୋଠରୀ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମିଳିଥିବା ପରିତ୍ୟକ୍ତ କୋଠରୀର ଦ୍ବାର ନଥିବା ଦେଖିବାକୁ ମିଳିଛି । ଯାହାକି ଏକ ଗୁପ୍ତ କୋଠରୀ ବୋଲି କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି । ରାମଦୟା ପରିଷଦ ମଠ ପଛରେ ରହିଛି ଏହି ପରିତ୍ୟକ୍ତ କୋଠରୀ । କିଛି ଘରକରଣା ସାମଗ୍ରୀ ପଡିଥିବା ଦେଖାଦେଇଛି । ତେବେ ଏହା ଏକ ଗୁପ୍ତ କୋଠରୀ ଚର୍ଚ୍ଚାକୁ ସମ୍ପୁର୍ଣ୍ଣ ଭିତ୍ତୀହିନ ବୋଲି ରାମଦୟା ପରିଷଦ ମଠର ସଦସ୍ୟମାନେ କହିଛନ୍ତି ।

ଏହି କୋଠରୀରେ ପୂର୍ବରୁ ରୋଷେଇ ହେଉଥିଲା । ସାଧୁ ସନ୍ଥମାନେ ପ୍ରସାଦ ସେବନ କରୁଥିଲେ । ପରେ ମଠର ନୂତନ ଘର ନିର୍ମାଣ ପରେ ଏହା ପଛରେ ରହି ଯାଇଥିଲା । ପାଚେରୀ ଦିଆଯିବା ପରେ ଉକ୍ତ କୋଠରୀରେ କୌଣସି ଦ୍ବାର ନଥିଲା । ଏଣୁ ଗୁପ୍ତ କୋଠରୀ ପ୍ରଚାର ହେବା ଠିକ ନୁହେଁ ବୋଲି କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମେଘନାଦ ପାଚେରୀ କୁ ଲାଗିଛି ଏକ ପରିତ୍ୟକ୍ତ ଗୃହ। ଗୁପ୍ତ କୋଠରୀ ନେଇ ଚର୍ଚ୍ଚା

Body:ଶ୍ରୀମନ୍ଦିର ମେଘନାଦ ପାଚେରୀ କୁ ଲାଗିଥିବା ଉଛେଦ ଭଗ୍ନାବଶେଷ ଗୁଡିକୁ ଆଜି ସଫା କରାଯାଇଛି। ତେବେ ମେଘନାଦ ପାଚେରୀ କୁ ଲାଗିଥିବା ଏକ ପରିତ୍ୟକ୍ତ କୋଠରୀ ମିଳିଛି। ଯାହାକି ଘର ଦ୍ୱାର ନ ଥିବା ଦେଖାଦେଇଛି। ଯାହାକୁ ନେଇ ଏହା ଏକ ଗୁପ୍ତ କୋଠରୀ ବୋଲୀ କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି। ରାମଦୟା ପରିଷଦ ମଠ ପଛରେ ରହିଛି ଏହି ପରିତ୍ୟକ୍ତ କୋଠରୀ ଟି। କିଛି ଘର କରଣା ସାମଗ୍ରୀ ପଡିଥିବା ଦେଖାଦେଇଛି। ତେବେ ଏହା ଏକ ଗୁପ୍ତ କୋଠରୀ ଚର୍ଚ୍ଚା କୁ ସମ୍ପୁର୍ଣ୍ଣ ଭୀତିହିନ ବୋଲୀ ରାମଦୟା ପରିଷଦ ମଠ ର ସଦସ୍ୟ ମାନେ କହିଛନ୍ତି। ଏହି କୋଠରୀ ରେ ପୂର୍ବରୁ ରୋଷେଇ ହେଉଥିଲା। ସାଧୁ ସନ୍ଥ ମାନେ ପ୍ରସାଦ ସେବନ କରୁଥିଲେ। ପରେ ମଠର ନୂତନ ଘର ନିର୍ମାଣ ପରେ ଏହା ପଛରେ ରହି ଯାଇ ଥିଲା। ପାଚେରୀ ଦିଆଯିବା ପରେ କୌଣସି ଦ୍ୱାର ନ ଥିଲା ଉକ୍ତ କୋଠରୀ କି। ଏଣୁ ଗୁପ୍ତ କୋଠରୀ ପ୍ରଚାର ହେବା ଠିକ ନୁହେଁ ବୋଲି କୁହାଯାଇଛି।

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Aug 22, 2019, 2:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.