ETV Bharat / state

ଝିମିଟି ଖେଳରୁ ମହାଭାରତ, ପିଲାଙ୍କ କଳିକୁ କେନ୍ଦ୍ର କରି 40 ପରିବାର ବାସନ୍ଦ - ବ୍ରହ୍ମଗିରି

ପିଲାଙ୍କ କଳିକୁ କେନ୍ଦ୍ର କରି ଗ୍ରାମବାସୀଙ୍କର କଙ୍ଗାରୁ କୋର୍ଟ ବସି ଭୋଇ ସମ୍ପ୍ରଦାୟର ପ୍ରାୟ 40 ପରିବାରକୁ ବାସନ୍ଦ କରାଯାଇଛି । ଅଧିକ ପଢନ୍ତୁ...

ପିଲାଙ୍କ କଳି ପଡିଲା ଭାରି, ଗାଁରୁ ବାସନ୍ଦ ହେଲେ 40 ପରିବାର

author img

By

Published : May 7, 2021, 11:56 AM IST

ବ୍ରହ୍ମଗିରି: ଚିଲିକା ମଝିରେ କୃଷ୍ଣପ୍ରସାଦ ବ୍ଲକ ଅଧିନ ବ୍ରହ୍ମପୁର ପଞ୍ଚାୟତର ବ୍ରହ୍ମପୁର ଗ୍ରାମ । ଏଠି ଘଟିଛି ଛୁଆ ଖେଳରୁ ଘଟିଛି ଅଭାବନୀୟ ଘଟଣା । ପିଲାଙ୍କ କଳିକୁ କେନ୍ଦ୍ର କରି ଗ୍ରାମବାସୀଙ୍କର କଙ୍ଗାରୁ କୋର୍ଟ ବସି ଭୋଇ ସମ୍ପ୍ରଦାୟର ପ୍ରାୟ 40 ପରିବାରକୁ ବାସନ୍ଦ କରାଯାଇଛି । ନିଆଁ, ପାଣି, ବଜାର ଏପରିକି ଘାଟ ସେମାନଙ୍କ ପାଇଁ ସବୁ ବନ୍ଦ।

ପିଲାଙ୍କ କଳି ପଡିଲା ଭାରି, ଗାଁରୁ ବାସନ୍ଦ ହେଲେ 40 ପରିବାର

ଚିଲିକା ମଝିରେ ବାସନ୍ଦ ହୋଇ ଗାଁରେ ଚଳିବା ସେମାନଙ୍କ ପାଇଁ କଷ୍ଟଦାୟକ ହୋଇପଡିଛି। ସମୂହ ନିଷ୍ପତି କ୍ରମେ 8 ଦିନ ତଳେ 40 ପରିବାରର ପ୍ରାୟ 200ରୁ ଉର୍ଦ୍ଧ୍ବ ଲୋକେ ପିଲାଛୁଆ ଧରି ଗ୍ରାମ ଛାଡି ଚିଲିକା ପାର ହୋଇ ଚାଲି ଚାଲି ଯାଉଥିଲେ । ଏହି ସମୟରେ ସାତପଡ଼ା ନାଥପୁର ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ସେମାନଙ୍କୁ ରହିବା ପାଇଁ ଜାଗା ଖଣ୍ଡିଏ ଯୋଗାଇ ଦେଇଥିଲେ। ସେଠାରେ ସେମାନେ ଜରି ପାଲ ଟାଣି କୁଡୁଆ କରି ଖୋଲା ଆକାଶ ତଳେ ଖରା କାକରରେ ପଡିରହିଛନ୍ତି।

ନା ତାଙ୍କ ପାଖରେ ଅଛି ଖାଦ୍ୟ ,ବସ୍ତ୍ର, ଆଲୋକ , ପାଣି ଅବା ବାସଗୃହ। ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଯାଇଛି। ସେମାନେ ସ୍ଥାନୀୟ କୃଷ୍ଣପ୍ରସାଦ ଥାନା ଏବଂ ପୁରୀ ଏସପିଙ୍କୁ ଲିଖିତ ଅଭିଯୋଗ କରିଥିଲେ ମାତ୍ର ସେମାନଙ୍କ ଗୁହାରି କେହି ଶୁଣି ନାହାଁନ୍ତି । ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଏହି ନୀରିହ ମାନଙ୍କ ଗୁହାରି ଶୁଣୁଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.