ପୁରୀ: ସତ୍ୟବାଦୀ ପୋଲିସ ଏକ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । 27 ତାରିଖ ରାତିରେ ଏହି ଡ଼କାୟତଙ୍କୁ ବୀରଗୋବିନ୍ଦପୁର ଲୋକନାଥ ମନ୍ଦିର ନିକଟରେ ଥିବା ମଠ ପଡିଆରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ପିପିଲି ଜୟପୁରା ଶାସନର ବାସିନ୍ଦା ପ୍ରମୋଦ ସାହୁ ଓ ତାର 3 ସହଯୋଗୀ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କିଛି ଯୁବକ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଯାଉଥିବା ଲୋକଙ୍କ ଠାରୁ ଡକାୟତି ଯୋଜନା କରୁଥିବା ଖବର ମିଳିଥିଲା। ପରେ ସତ୍ୟବାଦୀ ପୋଲିସ ପକ୍ଷରୁ ଚଢଉ କରାଯାଇ 4 ଜଣଙ୍କୁ ଧରା ଯାଇଥିଲା। ହେଲେ ଜଣେ ଡକାୟତ ଖସିଯିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ନିକଟରୁ ଏକ ଖଣ୍ଡା, ଲୁହା ରଡ଼ ସମେତ କିଛି ମରଣାସ୍ତ୍ର ଜବତ ହୋଇଛି । ଗିରଫ 4 ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ