ପୁରୀ: ବାରହା ଆକ୍ରମଣରେ 3 ଆହତ । ପୁରୀ ସହରରେ ବାରହା ଆକ୍ରମଣରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି |
ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ ସଫେଇ କର୍ମଚାରୀ ସଫେଇ କରିବାକୁ ଯାଉଥିଲେ । ସେହି ସମୟରେ ସ୍ବର୍ଗଦ୍ବାର ନିକଟ ଭାରତ ସେବାଶ୍ରମ ଛକରେ ବାରହା ସେମାନଙ୍କୁ ଆକ୍ରମଣ କରିଥିଲା |
ପରେ ସୋଲାଖିଆ ବରଗଛ ଦେଇ ବାରାହାଟି ଯାଇ ବାଲି ନୋଳିଆ ସାହିରେ ଏକ ବୃଦ୍ଧଙ୍କୁ ଆକ୍ରମଣ କରିଥିବା ସୂଚନା | ତେବେ ଆହତ ମହିଳା ଦୁଇଜଣ ହେଲେ ରୋହିଣୀ ନାୟକ ଓ ପ୍ରମିଳା ନାୟକ । ଏପର୍ଯ୍ୟନ୍ତ ବାରହାର ସନ୍ଧାନ ମିଳିନଥିବା ବେଳେ ପୁରୀ ସହର ଭଳି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବାରାହାଟି କିଭଳି ପ୍ରବେଶ କଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ?
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ