ETV Bharat / state

640 ବୋତଲ କଫ ସିରପ ଜବତ, 3 ଗିରଫ - 3 arrested

ରାଜ୍ୟରେ ବଢୁଛି ଚୋରା ଚାଲାଣ କାରବାର । ବେଆଇନ କଫ ସିରଫ ଚାଲାଣ କରି ପୋଲିସ ଜାଲରେ ତିନି ଅଭିଯୁକ୍ତ । ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

3 arrested in puri due to supply of illegal cough syrup
ବେଆଇନ କଫ ସିରପ ଚାଲାଣ,3 ଗିରଫ
author img

By

Published : Nov 2, 2020, 9:07 AM IST

ପୁରୀ: ରାଜ୍ୟରେ ବଢୁଛି ବେଆଇନ ଜିନିଷର ଚୋରା କାରବାର । ଚୋରା ଚାଲାଣକୁ ରୋକିବାରେ ପୁରୀ ପୋଲିସକୁ ସଫଳତା ମିଳିଛି । ପୁରୀ ଜିଲ୍ଲା ସମୁଦ୍ରକୂଳ ଥାନା ପୋଲିସ ଏକ କାର ଜବତ କରି 640 ବୋତଲ କଫ ସିରପ ଜବତ କରିଛି । ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି ।

ସୂଚନାନୁଯାୟୀ,ରବିବାର ସକାଳ 7 ଟାରେ ଏକ କାର ଯୋଗେ ବ୍ୟାନ ହୋଇଥିବା 4 ପେଟି କଫ ସିରପ ପେଣ୍ଠକଟାରୁ ଆଇଟିଆଇ ଛକ ଆଡେ ଆସୁଥିଲେ। ସି ବିଚ୍ ଥାନା ଏଏସଆଇ ବିଦ୍ୟୁତ କୁମାର ଦେହୁରୀ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବା ବେଳେ 4 ପେଟି କଫ ସିରପ ମିଳିଥିଲା । ଚାରୋଟି ପେଟିରେ ପ୍ରାୟ 640 ବୋତଲ ବ୍ୟାନ କଫ ସିରଫ ରହିଥିବା ଜଣାପଡିଛି ।

ପୋଲିସ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଖଣ୍ଡଗିରି ଥାନା ଡୁମଡୁମାର ନିରଞ୍ଜନ ବସ୍ତି , ଧଉଳି ରଘୁନାଥପୁରରେ ରହୁଥିବା ସୁବ୍ରତ କୁମାର ଦାସ ଓ ଭୁବନେଶ୍ବର ଓଲ୍ଡ ଟାଉନରେ ରହୁଥିବା ମନୋଜ କୁମାର ରଥ । ପରେ ଉକ୍ତ ଘଟଣାକୁ ନେଇ ଏକ ମାମଲା ରୁଜୁ ପରେ ଗିରଫ 3 ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.