ETV Bharat / state

3 ରଥର 18ଟି ଚକ ନିର୍ମାଣ ଶେଷ, କୋଭିଡ କଟକଣାରେ ଚାଲିଛି ରଥ କାମ - ରଥଖଳା

ରଥଖଳା ଯାଇ ନିର୍ମାଣ କାର୍ଯ୍ୟ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଖୁବଶୀଘ୍ର ଆସନ୍ତା ସ୍ନାନଯାତ୍ରା ପାଇଁ ନୂଆ ଏସଓପି ଜାରି କରାଯିବା ନେଇ ସୂଚନା ଦେଲେ ଜିଲ୍ଲାପାଳ। ଅଧିକ ପଢନ୍ତୁ...

3 ରଥର 18ଟି ଚକ ନିର୍ମାଣ ଶେଷ, କୋଭିଡ କଟକଣା ଭିତରେ ଚାଲିଛି ରଥ କାମ

author img

By

Published : Jun 1, 2021, 5:33 PM IST

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରାଜନହର ସମୂଖ ରଥଖଳା ଚଳଚଞ୍ଚଳ । ସମ୍ପୁର୍ଣ୍ଣ କୋଭିଡ଼ କଟକଣା ମଧ୍ୟରେ 3 ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଆସନ୍ତା ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ ଥିବାରୁ ପରମ୍ପରା ଅନୁଯାୟୀ 3 ରଥର ଚକ ଅଖ ଡ଼େରା କାର୍ଯ୍ୟ ସମ୍ପନ୍ନ ହେବ । ଏଥିପାଇଁ ଗତକାଲି(ସୋମବାର) 3ଟି ରଥର ତିନୋଟି ଅଖ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ବେଳେ ଅନ୍ୟ ଅଖ ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ସେହିପରି ସମୁଦାୟ ୪୨ ଟି ଚକ ମଧ୍ୟରୁ ୧୮ ଟି ଚକର କାର୍ଯ୍ୟ ଶେଷ ହୋଇଛି। ଏବେ ଅନ୍ୟ ଚକ ଗୁଡ଼ିକ ପାଇଁ ନିର୍ମିତ ହୋଇଥିବା ତୁମ୍ୱରେ ଅର ଓ ପଇ ସଂଯୋଗ କାର୍ଯ୍ୟ ଜାରି ରହିଛି।

3 ରଥର 18ଟି ଚକ ନିର୍ମାଣ ଶେଷ, କୋଭିଡ କଟକଣା ଭିତରେ ଚାଲିଛି ରଥ କାମ
ସେହିପରି, ରୂପକାର ସେବାୟତ ମାନେ ତିନି ରଥର କୋଣଗୁଜରେ ଖୋଦେଇ କାମ ଜାରି ରଖିଛନ୍ତି । ଆଜି(ମଙ୍ଗଳବାର) ରଥନିର୍ମାଣ ଅଗ୍ରଗତି ତଦାରଖ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । କୋଭିଡ଼ କଟକଣା ମଧ୍ୟରେ ରଥନିର୍ମାଣ ଜାରି ରହିଥିବା ବେଳେ, ଗତ ୪ ଦିନ ଧରି ଆଉ କୌଣସି ସେବାୟତ ସଂକ୍ରମିତ ହୋଇନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଖୁବଶୀଘ୍ର ଆସନ୍ତା ସ୍ନାନଯାତ୍ରା ପାଇଁ ନୂଆ ଏସଓପି ଜାରି କରାଯିବ । ସ୍ନାନଯାତ୍ରାରେ କୋଭିଡ଼ ସଂକ୍ରମଣ ରୋକିବା ପାଇଁ ଏଥିରେ ଜଡ଼ିତ ସମସ୍ତ ସେବାୟତ ଓ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା ଜାରି ରହିଥିବା କହିଛନ୍ତି ଜିଲ୍ଲାପାଳ। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.