ପୁରୀ: 12 ଫୁଟିଆ ଅଜଗର ଉଦ୍ଧାର । ଚନ୍ଦନପୁର ବଳଭଦ୍ରପୁର ପଂଚାୟତ ପୋଡ଼କେରା ଗ୍ରାମରୁ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ଏହାର ଲମ୍ବ 12.5 ଫୁଟ ଏବଂ ଓଜନ 16 କେଜି ରହିଛି ।
ଆଜି ଅଜଗର ସାପଟିକୁ ଗ୍ରାମ ପାଖରେ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡ଼ିଥିଲେ । ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଫୋନ କରିବା ପରେ ସାପଟିକୁ ଉଦ୍ଧାର କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ