ETV Bharat / state

କାକଟପୁରରୁ 10.5 ଗ୍ରାମ ବ୍ରାଉନସୁଗାର ଜବତ, 2 ଗିରଫ - ଜଗନ୍ନାଥ ଧାମ

ଏବେ ବ୍ରାଉନ ସୁଗାରର ନୂଆ ଏକ ପେଣ୍ଠସ୍ଥଳୀ ଆନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀ ହେବାକୁ ଯାଉଛି । ପୁଣି ପୁରୀ କାକଟପୁର ପୋଲିସ 10.5 ଗ୍ରାମ ବ୍ରାଉନ ସୁଗାର ଜବତ ସହ 2 ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

10.5 gms of brown sugar were seized from Kakatpur, puri, 2 arrested
କାକଟପୁରରୁ 10.5 ଗ୍ରାମ ବ୍ରାଉନ ସୁଗାର ଜବତ, 2 ଗିରଫ
author img

By

Published : Nov 16, 2020, 8:17 AM IST

ପୁରୀ: ବ୍ରାଉନ ସୁଗାର ହବ୍ ପାଲଟିଲାଣି ଜଗନ୍ନାଥ ଧାମ । ଦୈନିକ ପୁରୀକୁ କୋଟି କୋଟି ଟଙ୍କାର ଧଳା ଜହର ଆସୁଛି । ଓଡ଼ିଶାର ବ୍ରାଉନ ସୁଗାର ବ୍ୟବସାୟର ହବ୍ ବୋଲି ବାଲେଶ୍ବର ଜିଲ୍ଲାର ଜଳେଶ୍ବର କୁହାଯାଏ । ଆଉ ଏବେ ନୂଆ ଏକ ପେଣ୍ଠସ୍ଥଳୀ ଆନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀ ହେବାକୁ ଯାଉଛି ।

ଏପଟେ ପୁଣି ପୁରୀ କାକଟପୁର ପୋଲିସ 10.5 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହା ଘଟଣାରେ 2 ଜଣ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ କାକଟପୁରର ପ୍ରଶାନ୍ତ ସ୍ବାଇଁ ଓ ବୁଲୁ ଦାସ। ପୋଲିସର ସୂଚନା ଅନୁଯାୟୀ କାକଟପୁରରେ ରବିବାର ଦିନ ଗାଡି ଚେକିଂ ଚାଲିଥିବା ବେଳେ ଏହି ଦୁଇ ଅଭିଯୁକ୍ତ ବାଇକ ନ ରଖି ଖସି ପଳାଇ ବାକୁ ଚେଷ୍ଟା କରିଥିଲେ। ତେବେ ଅଳ୍ପ ଦୂରରୁ ପୋଲିସ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।

ପରେ ପୋଲିସ ପଚରା ଉଚରା କରିବାରୁ ସେମାନେ କାକଟପୁର ଅଞ୍ଚଳରେ ଡ୍ରଗ୍ସ କାରବାର କରୁଥିବା ମାନି ଥିଲେ। ଅଭିଯୁକ୍ତ ଠାରୁ 10.5ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି ଏବଂ ପୋଲିସ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.