ନୂଆପଡ଼ା: ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଗରମ ତେଲ କଡେଇରେ ଠେଲିଦେଲେ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଳକ ଖାଇରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ଯୁବକ ଜଣକ ଡାକ୍ତରଖାନାରେ ଭର୍ତ୍ତି ହାଇଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଖଇରା ଗ୍ରାମର ରବିନ୍ଦ୍ର ମାଝୀ ନାମକ ଯୁବକ ଉକ୍ତ ଗ୍ରାମର ଚନ୍ଦ୍ରଧ୍ୱଜ ମାଝୀ ନାମକ ଯୁବକକୁ 6 ମାସ ପୂର୍ବରୁ 15 ଶହ ଟଙ୍କା ଧାର ଦେଇଥିଲେ । ଆଜି (ଶନିବାର) ସକାଳୁ ରବିନ୍ଦ୍ର ଖଇରା ଗ୍ରାମର ନିକଟସ୍ଥ ଏକ ହୋଟେଲକୁ ଜଳଖିଆ ପାଇଁ ଯାଇଥିଲେ । ପୂର୍ବରୁ ଚନ୍ଦ୍ରଧ୍ୱଜ ମାଝୀ ସେଠାରେ ଜଳଖିଆ ଖାଉଥିବା ଦେଖି ଧାର ନେଇଥିବା ଟଙ୍କା ମାଗିଲେ ରବିନ୍ଦ୍ର । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ବଚସାକୁ ନେଇ ଛୁରାମାଡ, ଜଣେ ମୃତ
ଏଥିରେ ଉଚକ୍ଷିପ୍ତ ହୋଇ ଚନ୍ଦ୍ରଧ୍ୱଜ ହୋଟେଲର ଗରମ ତେଲ କଡେଇ ଉପରକୁ ରବିନ୍ଦ୍ରକୁ ଠେଲି ଦେଇଥିଲା । ଫଳରେ ରବିନ୍ଦ୍ର ମାଝୀ ଗୁରୁତର ହୋଇଥିବାବେଳେ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ସେଠାରେ ସ୍ବାସ୍ଥ୍ୟ ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଇଟିଭି ଭାରତ, ନୂଆପଡ଼ା