ETV Bharat / state

ନୂଆପଡା ଯାଦବ ସମାଜର ନୂଆଖାଇ ଭେଟଘାଟ୍‌, ଘଣ୍ଟ ଘଣ୍ଟା ବାଦ୍ୟରେ ଦୁଲୁକିଲା ଦାଣ୍ଡ - ଯାଦବ ସମାଜ ପକ୍ଷରୁ ଯାଦବ ସଂସ୍କୃତି ଶୋଭାଯାତ୍ରା

ନୂଆପଡା ଜିଲ୍ଲା ଖଡ଼ିଆଳ NAC ଯାଦବ ସମାଜ ପକ୍ଷରୁ ଯାଦବ ସଂସ୍କୃତି ଶୋଭା ଯାତ୍ରା ନୂଆଖାଇ ଭେଟଘାଟ ଉତ୍ସଵ 2022 ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ଯାଦବ ସମାଜ ପକ୍ଷରୁ ଯାଦବ ସଂସ୍କୃତି ଶୋଭା ଯାତ୍ରା ଅନୁଷ୍ଠିତ

author img

By

Published : Oct 10, 2022, 12:52 PM IST

ନୂଆପଡା: ନୂଆଖାଇ ଭେଟଘାଟ ବେଶ ଉତ୍ସାହର ସହ ପାଳନ କରିଛି ଯାଦବ ସମାଜ । ଏଥିପାଇଁ ସହରରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଯାଦବ ସାଂସ୍କୃତିକ ଶୋଭାଯାତ୍ରା ପ୍ରଥମେ ଖଡ଼ିଆଳ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରୁ ବାହାରି ନଗର ପରିକ୍ରମା କରିଥିଲା । ଯାହାର ମୁଖ୍ୟ ଆକର୍ଷଣ ସାଜିଥିଲା ବାଡି ଖେଳ ।

ଯାଦବ ସମାଜ ପକ୍ଷରୁ ଯାଦବ ସଂସ୍କୃତି ଶୋଭା ଯାତ୍ରା ଅନୁଷ୍ଠିତ

ସହରର ଆଜାଦ ଛକ, ପଟ୍ଟନାୟକପଡା ଛକ, ଥାନା ଛକ, ଗୁରୁନାନକ ଛକ ଗୁଡିକରେ ଯାଦବ ସାଂସ୍କୃତିକ ବାଡ଼ି ଖେଳ, ଘୁମୁରା ବାଦ୍ୟ, ସଂକୀର୍ତ୍ତନ, ଘଣ୍ଟ ଶଙ୍ଖ ବାଦ୍ୟ ପରିବେଷଣ କରାଯାଇଥିଲା । ଘଣ୍ଟ-ଘଣ୍ଟା ବାଦ୍ୟରେ ପୁରା ସହର ପ୍ରକମ୍ପିତ ହୋଇଉଠିଲା । ତା ସାଙ୍ଗକୁ ସେଫାଳି ସଲମା, ରିତାରାଣୀ ବଗର୍ତ୍ତିଙ୍କ ନେତୃତ୍ବରେ ମହିଳା ମାନଙ୍କ କଳସ ଯାତ୍ରା ଭକ୍ତି ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।

ଏହା ମଧ୍ୟ ପଢନ୍ତୁ - ନୂଆପଡାରେ କଂଗ୍ରେସର ନୂଆଖାଇ ଭେଟଘାଟ

ପରେ ଶୋଭାଯାତ୍ରା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଭାରେ ପହଞ୍ଚିଥିଲା । ସେଠାରେ ନୂଆଖାଇ ଭେଟଘାଟ ଯାଦବ ସାଂସ୍କୃତିକ ସଭା ଖଡ଼ିଆଳ NAC ଯାଦବ ସମାଜ ସଭାପତି ସୁକୃ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଯୁବ ଯାଦବ ପ୍ରତୀକ କିଶୋର କଠାର ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ କୁମାର ବଗର୍ତ୍ତି, ସମ୍ମାନିତ ଅତିଥି ଭାବରେ ଉତ୍କଳ ଯାଦବ ସମାଜ ମହା ସଚିବ ଲମ୍ବୋଦର ନିଆଲ, ଶିକ୍ଷାବିତ ପ୍ରେମସିନ୍ଧୁ ହେର୍ଣ୍ଣା ପ୍ରମୁଖ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବରେ ପ୍ରବଚକ ବରିଷ୍ଠ ଯାଦବ ସଭ୍ୟ ଘନଶ୍ୟାମ କରୁଆଁ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ NACର 13 ଗୋଟି ୱାର୍ଡରୁ ହଜାର ହଜାର ଯୁବକ ଯୁବତୀ ମହିଳା ପୁରୁଷ ଯୋଗଦେଇଥିଲେ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.