ETV Bharat / state

ମନରେଗା ଯୋଜନାରେ ଦୁର୍ନୀତି, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ - ମୃତ୍ତିକା ସଂରକ୍ଷଣ ବିଭାଗ

ଶତାଧିକ ଶ୍ରମିକ ଖଡ଼ିଆଳ ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ

workers protest
workers protest
author img

By

Published : Jun 17, 2023, 2:18 PM IST

workers protest

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତ ଗୋବିନ୍ଦପୁର ଓ ତାଳପଦର ଗାଁରେ ମୃତ୍ତିକା ସଂରକ୍ଷଣ ବିଭାଗ ଖଡ଼ିଆଳର ଦୁର୍ନୀତି ସାମ୍ନାକୁ ଆସିଛି । ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ କାମ କରିଥିବା ଶ୍ରମିକଙ୍କୁ ଦୀର୍ଘ ଏକବର୍ଷ ହେବ ମିଳିନାହିଁ ପ୍ରାପ୍ୟ । ଏନେଇ ରାଜ୍ୟ ଦଳିତ ଅଧିକାର ମଞ୍ଚ ଆବାହକ କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଖଡ଼ିଆଳ ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ସୂଚନା ଅନୁଯାୟୀ, ଗୋବିନ୍ଦପୁର,ଟାଲପଦର ଗାଁର ହିତାଧିକାରୀ ରୋମାନ ମାଝୀ, କୁମୁଡୁ ମାଝୀ, ଲୋଚନ ମାଝୀ,ତିକଚନ ମାଝୀ ଏବଂ ବିଭୀଷଣ ମାଝୀ ନିଜ ଚାଷ ଜମିରେ ମୃତ୍ତିକା ସଂରକ୍ଷଣ ବିଭାଗ ଖଡ଼ିଆଳ ପକ୍ଷରୁ ପୋଖରୀ ବା ଫାର୍ମଫଣ୍ଡ ଖନନ କରିଛନ୍ତି । ଗୋଟିଏ ପୋଖରୀର ଅଟକଳ ପରିମାଣ 2ଲକ୍ଷ 87 ହଜାର ଟଙ୍କା ହୋଇଥିବା ବେଳେ ୫ଜଣ ଚାଷୀଙ୍କ ସମୁଦାୟ ଅଟକଳ ପରିମାଣ 11ଲକ୍ଷ 48 ହଜାର ଟଙ୍କା ହୋଇଥିବା ଜଣାପଡିଛି । ହିତାଧିକାରୀ ମାନେ ଶ୍ରମିକ ଲଗାଇ ପୋଖରୀ ଖନନ କରିଛନ୍ତି । ପୋଖରୀ ଖନନ କାମ କରି ଦୀର୍ଘ ଏକ ବର୍ଷ ହୋଇ ଯାଇଥିବା ବେଳେ ନିୟୋଜିତ ପାଖାପାଖି 80 ଜଣ ଶ୍ରମିକ ମାନଙ୍କୁ ନିଜ ପ୍ରାପ୍ୟ ମିଳିନାହିଁ ।

ଅପରପକ୍ଷେ ଫାର୍ମପଣ୍ଡ ପୋଖରୀ ଖନନ ରେ କାମ କରିନଥିବା ଲୋକ ମାନଙ୍କ ନାମରେ ମିଥ୍ୟା ବିଲକରି ସରକାରୀ ଟଙ୍କା ଆତ୍ମସାତ କରିଛନ୍ତି ଅଧିକାରୀ ଓ କର୍ମଚାରୀ । ପୋଖରୀ ଫାର୍ମପଣ୍ଡ କାମରେ ନିଯୁକ୍ତ ଶ୍ରମିକ ମାନଙ୍କୁ ଏକବର୍ଷ ହେବ ନିଜ ପ୍ରାପ୍ୟ ମିଳିନାହିଁ । ଶ୍ରମିକ ମାନେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ପ୍ରାପ୍ୟ ଆଜି ମିଳିଯିବ କାଲି ମିଳିଯିବ କହି ଶ୍ରମିକଙ୍କୁ ଠକି ଚାଲିଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । କାମକରି ଏକବର୍ଷ ଅପେକ୍ଷା କରି ରହିଥିବା ଶ୍ରମିକମାନେ ନିଜ ପରିବାର ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ।

ଶେଷରେ ବାଧ୍ୟ ହୋଇ କାମରେ ନିୟୋଜିତ ଶତାଧିକ ଶ୍ରମିକ ମାନେ ରାଜ୍ୟ ଦଳିତ ଅଧିକାର ମଞ୍ଚ ଆବାହକ କମଳ ଚରଣ ତାଣ୍ଡିଙ୍କୁ ଜଣାଇଥିଲେ । ଏନେଇ ଗତକାଲି (ଶୁକ୍ରବାର) ରାଜ୍ୟ ଦଳିତ ଅଧିକାର ମଞ୍ଚ ଆବାହକ କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଖଡ଼ିଆଳ ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଘେରାଉ କରି ପ୍ରାପ୍ୟ ପାଇଁ ଦାବି କରିଛନ୍ତି । କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ବିକ୍ଷୋଭ କରିବା ପରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶ ଚିନ୍ତାମଣି ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଏକ ସପ୍ତାହ ମଧ୍ୟରେ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନ ନକଲେ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଆନ୍ଦୋଳନକାରୀ ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି । କାରଣ ଆଗକୁ ରଥଯାତ୍ରା ଆସୁଥିବାରୁ ପରିଶ୍ରମର ଫଳସ୍ୱରୂପ ପ୍ରାପ୍ୟ ତୁରନ୍ତ ପ୍ରଦାନ ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.