ETV Bharat / state

ୱାଟର ଫିଲଟର କାର୍ଯ୍ୟକ୍ଷମ ଦାବିରେ ମହିଳାଙ୍କ ବିକ୍ଷୋଭ - ଆରୋ ୱାଟର ଫିଲ୍ଟରକୁ କାର୍ଯ୍ୟକ୍ଷମ

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲର୍କା ଗ୍ରାମପଞ୍ଚାୟତର ଶତାଧିକ ମହିଳା ଆରୋ ୱାଟର ଫିଲ୍ଟରକୁ କାର୍ଯ୍ୟକ୍ଷମ କରିବା ଦାବିରେ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Jul 25, 2019, 11:46 AM IST

ନୂଆପଡା: ଜିଲ୍ଲା ବୋଡେନ ବ୍ଲକ ଲର୍କା ଗ୍ରାମପଞ୍ଚାୟତକୁ ଘେରାଉ କଲେ ଶତାଧିକ ମହିଳା । ଆରୋ ୱାଟର ଫିଲ୍ଟରକୁ କାର୍ଯ୍ୟକ୍ଷମ କରିବା ଦାବିରେ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ।

ଉକ୍ତ ଅଞ୍ଚଳରେ ନଳକୂପ ଭୂତଳ ଜଳରେ ମାତ୍ରାଧିକ ଫ୍ଲୋରାଇଡ ବିଷପାଣି ରହିଛି । ଏହି ବିଷପାଣିକୁ ଲୋକେ ସେବନ କରି ନାନାଜାତିର ଅଜଣା ରୋଗରେ ପୀଡିତ ହେଉଛନ୍ତି । ଲର୍କା ଗ୍ରାମପଞ୍ଚାୟତ ଫ୍ଲୋରାଇଡ ଅଞ୍ଚଳ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ ଜଳବିଭାଗ ପକ୍ଷରୁ ଲର୍କା ଗ୍ରାମପଞ୍ଚାୟତ ପାଇଁ ଆରୋ ୱାଟର ଫିଲଟର ଯୋଗାଇ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଯାହାର ଅଟକଳ ପରିମାଣ ୭ ଲକ୍ଷ ୫୦ ହଜାର ଅଟେ । ସରପଞ୍ଚ ଏବଂ ଅଧିକାରୀଙ୍କ କାର୍ଯ୍ୟ ଅବହେଳା କାରଣରୁ ଲକ୍ଷାଧିକ ମୂଲ୍ୟର ଆରୋ ମେସିନ ପଡିରହି ଖତ ଖାଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଆରୋ ୱାଟରଫିଲଟରକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଆନ୍ଦୋଳନକାରୀ ମହିଳାମାନେ ଦାବି କରିଛନ୍ତି ।

ଅପରପକ୍ଷେ ଏହାକୁ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବା ନେଇ ବୋଡେନ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.