ETV Bharat / state

ଅଜଣା ଗାଡି ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

author img

By

Published : Oct 7, 2022, 11:32 AM IST

ନୂଆପଡ଼ା ଜିଲ୍ଲା ନିଲଜି ଗ୍ରାମ ନିକଟସ୍ଥ ବିଜୁ ଏକ୍ସପ୍ରେସ ସଡ଼କରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ମହିଳା ମୃତ । ଅଧିକ ପଢ଼ନ୍ତୁ

ଅଜଣା ଗାଡି ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ
ଅଜଣା ଗାଡି ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ନୂଆପଡା: ଜିଲ୍ଲା ନିଲଜି ଗ୍ରାମ ନିକଟସ୍ଥ ବିଜୁ ଏକ୍ସପ୍ରେସ ସଡ଼କରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ମହିଳା ମୃତ । ମୃତ ମହିଳା ଜଣକ ହେଲେ ନିଲଜି ଗ୍ରାମର ସୁପାରୀ ବାଗ । ସୂଚନାନୁସାରେ ସୁପାରୀ ଘରୁ ଏକ ବ୍ୟକ୍ତିଗତ କାମ ପାଇଁ ବାହାରକୁ ଯାଇଥିଲେ । କାମସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଏହି ଘଟଣାରେ ସୁପାରୀ ଗୁରୁତର ଭାବେ ଆହତ ହୋଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ପରେ ନିକଟସ୍ଥ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏହି ଘଟଣା ପରେ ମୃତ ମହିଳାଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଏବଂ ଅଭିଯୁକ୍ତ ଗାଡି ଚାଳକଙ୍କୁ ତୁରନ୍ତ ଗିରଫ ଦାବିରେ ରାସ୍ତା ରୋକ କରିଥିଲେ ସ୍ଥାନୀୟ ଲୋକେ । ଫଳରେ ସିନାପାଲି, ବୋଡେନ ବିଜୁ ଏକ୍ସପ୍ରେସ ସଡକ ଯାତାୟାତ ଠପ୍ ହୋଇପଡିଥିଲା । ମୃତ ମହିଳାଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତା ଉପରେ ମୃତଦେହ ରଖି ନିଲଜି ଗ୍ରାମ ଠାରେ ରାସ୍ତା ଅବରୋଧ କରିଥିଲେ ।

ରାସ୍ତା ଅବରୋଧ ଦୀର୍ଘ ସମୟ ହୋଇଥିଲେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଅବରୋଧକାରୀ ଉତକ୍ଷୀପ୍ତ ଥିବା ଜଣାପଡିଛି । ଯେତେ ପର୍ଯ୍ୟନ୍ତ କ୍ଷତିପୂରଣ ନମିଳିଛି ସେତେ ପର୍ଯ୍ୟନ୍ତ ମୃତଦେହ ରାସ୍ତା ଉପରୁ ହଟିବନି ବୋଲି କହିଥିଲେ ଗ୍ରାମବାସୀ । ଏହି ଘଟଣାକୁ ନେଇ ମୃତକଙ୍କ ଘରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.