ନୂଆପଡା : ଖରା ଆରମ୍ଭରୁ ଜଳକଷ୍ଟ । ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏ ହେଉଛି ନୂଆପଡାର ମହୁଲଝରଣ ଗାଁର ଦୃଶ୍ୟ । ହାତରେ ଗରା, ବାଲଟି ଧରି ଗାଁର ମହିଳାମାନେ ପିଇବା ପାଣି ପାଇଁ ମାଇଲ ମାଇଲ ବାଟ ଯାଉଛନ୍ତି । ପାନୀୟ ଜଳ ପାଇଁ ସରକାର ଗାଁରେ ଏକ ନଳକୂପ ଖୋଳିଛନ୍ତି । କିନ୍ତୁ ସେଠାରୁ ବାହାରୁଥିବା ପାଣି ଗ୍ରାମବାସୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉନି । ଫଳରେ ମହିଳାମାନେ ବିଲ ମଝିରେ ଥିବା ଏକ ପରିତ୍ୟକ୍ତ କୂଅରୁ ପାଣି ସଂଗ୍ରହ କରନ୍ତି । ଆଉ ଏହି ଦୂଷିତ ପାଣି ବ୍ୟବହାର କରି ଗ୍ରାମବାସୀ ରୋଗାଗ୍ରସ୍ତ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।
ଆରମ୍ଭରୁ ଅଡୁଆ, ପାଣି ମୁନ୍ଦାଏ ପାଇଁ ଚାଲିବାକୁ ପଡୁଛି ମାଇଲ ବାଟ - ନୂଆପଡା ଖବର
ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ । ନୂଆପଡାର ମହୁଲଝରଣ ଗାଁରେ ମିଳୁନି ବିଶୁଦ୍ଧ ପାନୀୟ ଜଳ । ପରିତ୍ୟକ୍ତ କୂଅରୁ ପାଣି ପିଉଛନ୍ତି ଲୋକେ । ଅଧିକ ପଢନ୍ତୁ...
![ଆରମ୍ଭରୁ ଅଡୁଆ, ପାଣି ମୁନ୍ଦାଏ ପାଇଁ ଚାଲିବାକୁ ପଡୁଛି ମାଇଲ ବାଟ water problem in nuapda](https://etvbharatimages.akamaized.net/etvbharat/prod-images/768-512-10993133-thumbnail-3x2-k.jpg?imwidth=3840)
ବିଶୁଦ୍ଧ ଜଳ ପାଇଁ ହନ୍ତସନ୍ତ ଲୋକ, ଶୁଣୁନି ପ୍ରଶାସନ