ETV Bharat / state

ସୀମାରେ କୋରୋନା କଟକଣାକୁ ଫୁ, ମାଛ ମାରିବାକୁ ପ୍ରବଳ ଭିଡ - ଗାଁରେ କଟକଣାକୁ ବେଖାତିର

କୋଭିଡ କଟକଣାକୁ ଫୁ କରି ମାଛ ଧରିଲେ ଶହ ଶହ ଲୋକ । ନୂଆପଡା ଜିଲ୍ଲା ଟିକ୍ରାପଡା ଗ୍ରାମରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଅଧିକ ପଢନ୍ତୁ...

କଟକଣାକୁ ଫୁ କରି ମାଛ ଧରିଲେ ଗ୍ରାମବାସୀ
କଟକଣାକୁ ଫୁ କରି ମାଛ ଧରିଲେ ଗ୍ରାମବାସୀ
author img

By

Published : Apr 25, 2021, 3:46 PM IST

ନୂଆପଡା: କୋରୋନାକୁ ପ୍ରତିହତ କରିବାକୁ ସରକାର ବ୍ୟାପକ ପ୍ରଚେଷ୍ଟା ଜାରି ରଖିଛନ୍ତି । ସଟଡାଉନ ଓ ନାଇଟ କର୍ଫ୍ୟୁ ଭଳି କଟକଣା ରାଜ୍ୟରେ ଲାଗୁ ହୋଇଛି । ହେଲେ କିଛି ଅମାନିଆଙ୍କ ପାଇଁ ସମସ୍ତ ଜନସାଧାରଣ ମୃତ୍ୟୁମୁଖରେ ପଡୁଛନ୍ତି । ପ୍ରଶାସନର କଡାକଡି କଟକଣା ଓ ପରାମର୍ଶ ସତ୍ତ୍ବେ ଅନେକ ଲୋକେ କୋଭିଡ ନିୟମ ମାନୁ ନାହାନ୍ତି । ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ଏଠାରେ ଗାଁର ଶହ ଶହ ଲୋକ ଏକତ୍ର ହୋଇ ପୋଖରୀରେ ମାଛ ଧରିଛନ୍ତି ।

କଟକଣାକୁ ଫୁ କରି ମାଛ ଧରିଲେ ଗ୍ରାମବାସୀ

ମାଛ ଧରା ସମୟରେ ସାମାଜିକ ଦୂରତା ଓ ମୁହଁରେ ମାସ୍କ ବ୍ୟବହାର କରିବା ନିୟମକୁ ସମସ୍ତେ ଫୁ କରି ଉଡାଇ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଛତିଶଗଡ ସୀମାକୁ ସିଲ କରି ଜିଲ୍ଲାବାସୀଙ୍କୁ ସୁରକ୍ଷା ଦେବାକୁ ଚିନ୍ତିତ ଥିବାବେଳେ ଜିଲ୍ଲା ଭିତରେ ଟିକ୍ରାପଡା ଗାଁର ମାଛ ଧରା ଚିତ୍ର ଚାରିଆଡେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ତୀବ୍ର ନିନ୍ଦା କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.