ETV Bharat / state

କୋରୋନା ଭୟରେ ଶ୍ରମିକର ମୃତଦେହକୁ କାନ୍ଧ ଦେଲେ ନାହିଁ ଗାଁଲୋକେ

ପୁଣି ସାମ୍ନାକୁ ଆସିଲା ଶ୍ରମିକର କରୁଣ କାହାଣୀ । କୋରୋନା ଭୟରେ ଶ୍ରମିକର ମୃତଦେହକୁ କାନ୍ଧ ଦେଲେନାହିଁ ଗାଁଲୋକେ । ଅଧିକ ପଢନ୍ତୁ....

villagers could not join last rituals of a lobour  due to corona fear
କୋରୋନା ଭୟରେ ଶ୍ରମିକର ମୃତଦେହକୁ କାନ୍ଧ ଦେଲେ ନାହିଁ ଗାଁଲୋକେ
author img

By

Published : May 2, 2020, 8:37 PM IST

ନୂଆପଡା: ପୁଣି ସାମ୍ନାକୁ ଆସିଲା ଶ୍ରମିକର କରୁଣ କାହାଣୀ । କୋଭିଡ19 ଭୟରେ ଶ୍ରମିକର ମୃତଦେହକୁ ଅନ୍ତିମ ସତ୍କାର ପାଇଁ କାନ୍ଧ ଦେଲେନାହିଁ ଗାଁଲୋକେ । ସୁଦୂର ତାମିଲନାଡୁରୁ ମୃତଦେହ ଧରି ଆସିଥିବା 2ଜଣ ସାଙ୍ଗ ଶ୍ରମିକ ହିଁ ଶବ ସଂସ୍କାର କଲେ । ସୂଚନା ଅନୁସାରେ, ନୂଆପଡା ଧୁଙ୍ଗିଆମୁଣ୍ଡା ଗାଁର ଶ୍ରମିକ ଜଗସନ ହଂସ । କାମଧନ୍ଦା ପାଇଁ ଗାଁର ଟିକେ ହଂସ ଓ ମାଧବ ହଂସ ସହ ତାମିଲନାଡୁ ଯାଇ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।

କୋରୋନା ଭୟରେ ଶ୍ରମିକର ମୃତଦେହକୁ କାନ୍ଧ ଦେଲେ ନାହିଁ ଗାଁଲୋକେ

କାମ କରୁଥିବା ବେଳେ ହଠାତ ଲିଫ୍ଟରୁ ଖସିପଡି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟି ଥିଲା । ଏହାପରେ କମ୍ପାନୀ ମାଲିକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଧରି ଦୁଇ ସାଙ୍ଗ ଗାଁରେ ପହଞ୍ଚି ଥିଲେ । ହେଲେ କୋରୋନା ଭୟରେ ଗାଁ ଲୋକେ ମୃତଦେହକୁ ଗାଁରେ ପସାଇ ଦେଲେନାହିଁ ।

ଦୀର୍ଘ ସମୟ ଧରି ଗାଁମୁଣ୍ଡରେ ଅଟକି ରହିଲା ମୃତଦେହ । ପରେ ଗାଁର ୱାର୍ଡ ମେମ୍ବର ସହଯୋଗ କରିଥିଲେ । ଏହାପରେ ଅନ୍ତିମ ସତ୍କାର କଲେ ସାଙ୍ଗରେ ଆସିଥିବା 2ଶ୍ରମିକ । ସେହି 2ଶ୍ରମିକ ଏବେ କ୍ବାରେଣ୍ଟାଇନରେ ରହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.