ETV Bharat / state

ଶୋଇପଡ଼ିଲା ପ୍ରଶାସନ, ଚେଇଁ ଉଠିଲେ ଯୁବକ - ଶୋଇପଡ଼ିଲା ପ୍ରଶାସନ

ମହାମାରୀ କୋଭିଡ19 ଘଡ଼ିସନ୍ଧି ମୁହୂର୍ତ୍ତରେ ଖଡ଼ିଆଳ ବିଡିଓ, ତହସିଲଦାର, ଅଗ୍ନିଶମ ବାହିନୀ, ସ୍ଥାନୀୟ ସରପଞ୍ଚ ଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ଭଳି ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ..

ଶୋଇପଡ଼ିଲା ପ୍ରଶାସନ, ଚେଇଁ ଉଠିଲେ ଯୁବକ
ଶୋଇପଡ଼ିଲା ପ୍ରଶାସନ, ଚେଇଁ ଉଠିଲେ ଯୁବକ
author img

By

Published : Jul 30, 2020, 10:54 PM IST

ନୂଆପଡା: ଜ଼ିଲ୍ଲା ଖଡ଼ିଆଳ ବ୍ଲକ ପ୍ରଶାସନ, ଅଗ୍ନିଶମ ବାହିନୀ, ସ୍ଥାନୀୟ ସରପଞ୍ଚଙ୍କ ଅପାରଗତା ଅଭିଯୋଗ । ମହାମାରୀ କୋଭିଡ19 ଘଡ଼ିସନ୍ଧି ମୁହୂର୍ତ୍ତରେ ଖଡ଼ିଆଳ ବିଡିଓ, ତହସିଲଦାର, ଅଗ୍ନିଶମ ବାହିନୀ, ସ୍ଥାନୀୟ ସରପଞ୍ଚ ଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ଖେଳ ସାମ୍ନା କୁ ଆସିଛି । ବାଧ୍ୟ ହୋଇ ଗାଁ ସାହି ପଡ଼ାକୁ ସୁରକ୍ଷା ଦେବାପାଇଁ କୋଭିଡ ଆଗଧାଡ଼ିର ଯୋଦ୍ଧା ସାଜି ନିଜ ଖର୍ଚରେ ସାନିଟାଇଜ କଲେ ନେହେନା ଖମାରିପଡା ର ଯୁବକ ଗଣ ।

ଶୋଇପଡ଼ିଲା ପ୍ରଶାସନ, ଚେଇଁ ଉଠିଲେ ଯୁବକ

ସୂଚନା ମୁତାବକ ଚଳିତ ମାସ 28 ତାରିଖ ଦିନ ନେହେନା ଗ୍ରାମ ଖମାରିପଡା ରେ 4ଜଣ ବ୍ୟକ୍ତିଙ୍କୁ କୋଭିଡ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରିଥିଲା ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଏହାପରେ ନେହେନା ଖମାରିପଡାରେ ଏକପ୍ରକାର ଭୟର ବାତାବରଣ ଖେଳିଗଲା ପରେ ଚିନ୍ତାରେ ପଡ଼ାବାସୀ । ସ୍ଥାନୀୟ ସରପଞ୍ଚ 72ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସତ ,ହେଲେ କୌଣସି ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା କଲେନାହିଁ । ସାଧାରଣ ସାନିଟାଇଜ ମଧ୍ୟ କଲେନାହିଁ । ଖମାରିପଡା କଣ୍ଟେନମେଣ୍ଟ ଜୋନ କୁ ସାନିଟାଇଜ କରିବାପାଇଁ ପଡ଼ାବାସୀ ନେହେନା ସରପଞ୍ଚ, ଖଡ଼ିଆଳ ବିଡ଼ିଓ, ଖଡ଼ିଆଳ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଯୋଗାଯୋଗ କରି ନେହୁରା ହେଲେ । ହେଲେ ସରପଞ୍ଚ ଠାରୁ ଆରମ୍ଭକରି ବିଡ଼ିଓ ,ଅଗ୍ନିଶମ ବାହିନୀ କେହିମଧ୍ୟ କର୍ଣ୍ଣଗୋଚର କଲେନାହିଁ ।

ପରସ୍ପର କୁ ଦୋଷଦେଇ ନିରବ ଦ୍ରଷ୍ଟା ସାଜିଲେ ସରକାରୀ ବାବୁ । ଯାହାଫଳରେ ଆଜି ନିଜକାମ ନିଜେ କରିବା ମନ୍ତ୍ରରେ ମନ୍ତ୍ରିତ ହୋଇ ପଡା ସାହିର ଯୁବକ ମାନେ ବିପଦକୁ ଖାତିରି ନ କରି ପଡା ସାହିକୁ ନିଜ ଖର୍ଚରେ ସାନିଟାଇଜ କରିଛନ୍ତି । ଯାହାକି ସରକାରଙ୍କ ବିଧି ବ୍ୟବସ୍ଥା ପାରିବା ପାଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.