ETV Bharat / state

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଡାକ୍ତରାଣୀ

author img

By

Published : Sep 14, 2019, 2:03 PM IST

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ । ତଳ ଅଧିକାରୀଙ୍କ ଦରମା ମଞ୍ଜୁର କରିବା ନେଇ 7ହଜାର ଟଙ୍କା ନେଉଥିବାବେଳେ ଗିରଫ କଲା ଭିଜିଲାନ୍ସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ନୂଆପଡ଼ା: ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭିଜିଲାନ୍ସର ଚଢାଉ । ଲାଞ୍ଚ ନେଉଥିବାବେଳେ ଧରାପଡିଲେ ମୁଖ୍ୟ ଚିକିତ୍ସା ଅଧିକାରୀ । ତଳ କର୍ମଚାରୀଙ୍କ ଠାରୁ 7ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ସୁକାନ୍ତି ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୁଇପର ଭାବେ କାର୍ଯ୍ୟରତ ମହେଶ ଚିକିତ୍ସାଗତ କାରଣରୁ 3ମାସ ଛୁଟିରେ ଥିଲେ । ପରେ କାର୍ଯ୍ୟରେ ଯୋଗ ଦେଇ 3 ମାସ ଦରମା ମଞ୍ଜୁର କରିବାକୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଡ.ସୁକାନ୍ତି ପଣ୍ଡାଙ୍କୁ ନିବେଦନ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ମହେଶଙ୍କ ଦରମା ମଞ୍ଜୁର କରିବା ନେଇ ଅଧିକାରୀ ଜଣକ 7 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଲାଞ୍ଚ ନେଉଥିବାବେଳେ, ଭିଜଲାନ୍ସ ହାତରେ ଗିରଫ ହୋଇଛନ୍ତି ଡ଼ ସୁକାନ୍ତି ପଣ୍ଡା । ଭବାନୀପାଟଣା ଭିଜିଲାନ୍ସ ବିଭାଗର ଡିଏସପି ସତ୍ୟବାନ ମହାନନ୍ଦ ଏ ନେଇ ଚଢାଉ କରିଥିଲେ । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଲାଞ୍ଚ ଅଭିଯୋଗରେ ଡ଼ ପଣ୍ଡା ଭିଜିଲାନ୍ସ ହାତରେ ଗିରଫ ହୋଇ ନିଲମ୍ବନ ହୋଇଥିଲେ ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.