ETV Bharat / state

ୟୁରିଆ ସାର ନପାଇ ହଟହଟା ଚାଷୀ

author img

By

Published : Aug 26, 2020, 9:26 PM IST

ନୂଆପଡା ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ଚାଷୀ ୟୁରିଆ ସାର ନପାଇ ହନ୍ତସନ୍ତ ହେଉଥିବା ଘଟଣା ସାମ୍ନାକୁ ଆସିଛି।

ୟୁରିଆ ସାର ନପାଇ ହଟହଟା ଚାଷୀ
ୟୁରିଆ ସାର ନପାଇ ହଟହଟା ଚାଷୀ

ନୂଆପଡା: ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ଚାଷୀ ୟୁରିଆ ସାର ନପାଇ ହନ୍ତସନ୍ତ ହେଉଥିବା ଘଟଣା ସାମ୍ନାକୁ ଆସିଛି। ସାର ପାଇଁ ଆଜି ଶତାଧିକ ଚାଷୀ ସିନାପାଲି ବ୍ଲକ ନିଲଜୀ ପ୍ରାଥମିକ କୃଷି ସମବାୟ ସମିତିରେ ପ୍ରବଳ ଭିଡ ଲଗାଇଥିଲେ। ନିଲଜୀ କୃଷି ସମବାୟ ସମିତିରେ କିଛି ଚାଷୀଙ୍କୁ ସରକାରୀ ମୂଲ୍ୟରେ ୟୁରିଆ ସାର ମିଳିଥିବାବେଳେ ଶତାଧିକ ଚାଷୀ ସାର ନପାଇ ଫେରିଯାଇଛନ୍ତି।

ୟୁରିଆ ସାର ନପାଇ ହଟହଟା ଚାଷୀ

ତେବେ ସରକାର ଚାଷୀଙ୍କୁ ଠିକ ସମୟରେ ବିହନ, ସାର, କୀଟନାଶକ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ସାର ନପାଇ ଚାଷୀ ନିଲଜି କୃଷି ସମବାୟ ସମିତିରେ ହଟହଟା ହେଉଥିବା ଦେଖିବାକୁ ମିଳିଛି। ବିଲରେ ସାର ଠିକ ସମୟରେ ପ୍ରୟୋଗ ନକଲେ ଫସଲ ଉଜୁଡିବା ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ବୋଲି କ୍ଷୁବ୍ଧ ପ୍ରକାଶ କରିଛନ୍ତି ଚାଷୀ। ତେବେ ସରକାର ତୁରନ୍ତ ଚାଷୀଙ୍କୁ ୟୁରିଆ ସାର ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି। ଏଭଳି ନହେଲେ ଆଗାମୀ ଦିନରେ ସମୂହଚାଷୀ ଆନ୍ଦୋଳନ କରିବେବୋଲି ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.