ETV Bharat / state

କାଳ ହେଲା ମାମୁଁ ଘର, ପୋଖରୀରେ ବୁଡି ଦୁଇ ଭଉଣୀ ମୃତ

ଖଡିଆଳ ଥାନା ଅନ୍ତର୍ଗତ ସରଗାଦି ନୂଆପଡା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ନିକଟସ୍ଥ ପୋଖୀକୁ ଗାଧୋଇବାକୁ ଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି ।

author img

By

Published : May 30, 2019, 11:41 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଖଡିଆଳ ଥାନା ଅନ୍ତର୍ଗତ ସରଗାଦି ନୂଆପଡା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁହେଁ ହେଉଛନ୍ତି ଛତିଶଗଡ ରାୟପୁର ନିବାସୀ ସୁନ୍ଦର ବଘେଲଙ୍କ ଦୁଇ ଝିଅ ଶୀତଲ (20) ଓ ପାୟଲ (13) ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସୂଚନା ମୁତାବକ ଖରା ଛୁଟି ପାଇଁ ପରିବାର ସହ ଉଭୟେ ନୂଆପଡାସ୍ଥିତ ମାମୁଁ ଲକ୍ଷ୍ମଣ ତାଣ୍ଡିଙ୍କ ଘରକୁ ଆସିଥିଲେ । ତେବେ ଗୁରୁବାର ସକାଳେ ଆଇ’ଙ୍କ ସହ ସୁରୁମାଖାଦାନ ପୋଖରୀକୁ ଗାଧୋଇବାକୁ ଯିବା ବେଳେ ପ୍ରଥମେ ପାୟଲ ବୁଡିବା ଆରମ୍ଭ କରିଥିଲା । ପାୟଲକୁ ବୁଡୁଥିବା ଦେଖି ତାଙ୍କୁ ବଞ୍ଚାଇବା ପାଇଁ ଶୀତଲ ମଧ୍ୟ ପୋଖରୀର ଗଭୀର ପାଣିକୁ ଚାଲିଯାଇଥିଲା । ହେଲେ ସେ ମଧ୍ୟ ବୁଡି ଯାଇଥିଲା । ଉଭୟଙ୍କୁ ବୁଡୁଥିବା ଦେଖି ତାଙ୍କ ଆଇ’ ଚିତ୍କାର କରିଥିଲେ ।

ଆଇ'ଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ଖଡିଆଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖଡିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

fsds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.