ETV Bharat / state

ଜଙ୍ଗଲ ଜମି ଛାଡିବୁନି, ସରକାରଙ୍କୁ ଆଦିବାସୀଙ୍କ ଚେତାବନୀ

ଖଡ଼ିଆଳ କୌଶଲ୍ୟା ମଣ୍ଡପଠାରେ ଅନୁଷ୍ଠିତ ହୋଇଛି ଜଙ୍ଗଲ ଜମି ଅଧିକାର ଜନ ଶୁଣାଣି ଶିବିର । ଜମି ପଟ୍ଟା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ଆବେଦନକୁ ଖାରଜ କରିଛନ୍ତି ଜିଲ୍ଲା ପ୍ରଶାସନ । ଜଙ୍ଗଲ ଜମି ନଛାଡିବାକୁ ସରକାରଙ୍କୁ ଚେତାବାନୀ ଦେଇଛନ୍ତି ଆଦିବାସୀ ।

author img

By

Published : Jul 31, 2019, 11:11 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଖଡ଼ିଆଳ କୌଶଲ୍ୟା ମଣ୍ଡପଠାରେ ‘ଜଙ୍ଗଲ ଜମି ଅଧିକାର’ର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ଅଧ୍ୟକ୍ଷତା କରିଥିବାବେଳେ , ଜିଲ୍ଲା ସ୍ତରୀୟ କମିଟି ମଧ୍ୟରୁ ଏଡିଏମ , ଡିଏଫଓ , ଡିଡବ୍ଲୁ୍ୟଓ , ବିଡିଓ ଏବଂ ତହସିଲଦାର ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଜଙ୍ଗଲ ଜମି ଅଧିକାର ଆଇନ 2006 ଆଧାରରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ଯେଉଁ ଆଦିବାସୀ ତଥା ବନବାସୀ ଆବେଦନ କରିଥିଲେ, ସେହି ହିତାଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ନୋଟିସ ଜାରି କରିଛି । ନୋଟିସ ପାଇବାପରେ ଶତାଧିକ ଆଦିବାସୀ ,ବନବାସୀ, ଡଙ୍ଗରିଆ ଶିବିରରେ ଉପସ୍ଥିତ ଥିଲେ । ଯେଉଁ ଆଦିବାସୀ ଓ ବନବାସୀମାନେ ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ ଜମିକୁ ପଟ୍ଟା ପାଇଁ ଆବେଦନ କରିଛନ୍ତି, ତାଙ୍କର ଆବେଦନକୁ ବୁଧବାର ଖାରଜ କରାଗଲା ବୋଲି ଜିଲ୍ଲା ଜଙ୍ଗଲ ଜମି ବିଚାର କମିଟି ଶୁଣାଣି କରିଛନ୍ତି ।

ଅନ୍ୟପକ୍ଷରେ ଗ୍ରାମ୍ୟ ଜଙ୍ଗଲ ଜମିକୁ ପିତୃପୁରୁଷରୁ ଯୁଗଯୁଗ ଧରି ଦଖଲ କରି ଚାଷ କରି ଆସୁଛନ୍ତି ଜଙ୍ଗଲିଆ । ଏହା ଆମ ଜୀବନ ଜୀବିକା ସହ ଜଡିତ ତେଣୁ ଯୁଗଯୁଗ ଧରି ଦଖଲ କରି ଆସୁଥିବା ଜମିକୁ ଆମେ ଛାଡିପାରିବୁ ନାହିଁ ବୋଲି ଜଙ୍ଗଲିଆମାନେ ପାଲଟା ସରକାରଙ୍କୁ ଚେତାବନୀ ଦେଇଛନ୍ତି । ପରେ ଶିବିର ଅଧାରେ ଅଟକି ଯାଇଥିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭଆରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ କୌଶଲ୍ୟା ମଣ୍ଡପ ଠାରେ "ଜଙ୍ଗଲ ଜମି ଅଧିକାର" ର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର ରେ ନୂଆପଡା ଜ଼ୀଲ୍ଲାପାଳ ମଧୁସ୍ମିତା ସାହୁ ଅଧ୍ୟକ୍ଷତା କରିଥିବାବେଳେ , ଜ଼ୀଲ୍ଲା ସ୍ତରୀୟ କମିଟି ମଧ୍ୟରୁ adm , dfo , dwo , weo , bdo , ତହସିଲଦାର ଆଦି ଜ଼ୀଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ । ଜଙ୍ଗଲ ଜମି ଅଧିକାର ଆଇନ 2006 ଆଧାରରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ଯେଉଁ ଆଦିବାସୀ , ବନବାସୀ ଆବେଦନ କରିଥିଲେ ସେହି ହିତାଧିକାରୀ ମାନକୁ ଆଜି ଜ଼ୀଲ୍ଲା ପ୍ରଶାସନ ନୋଟିସ ଜାରି କରିଥିଲା । ନୋଟିସ ପାଇବାପରେ ଆଜି ଶତାଧିକ ଆଦିବାସୀ ,ବନବାସୀ, ଡଙ୍ଗରିଆ ଶିବିରରେ ଉପସ୍ଥିତ ଥିଲେ । ଯେଉଁ ଆଦିବାସୀ ବନବାସୀ ମାନେ ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ ଜମିକୁ ପଟ୍ଟା ପାଇଁ ଆବେଦନ କରିଛନ୍ତି ତାଙ୍କର ଆବେଦନ କୁ ଆଜି ଖାରଜ କରାଗଲା ବୋଲି ଜ଼ୀଲ୍ଲା ଜଙ୍ଗଲ ଜମି ବିଚାର କମିଟି ଶୁଣାଣି କରିଛନ୍ତି । ଅପରପକ୍ଷରେ ଗ୍ରାମ୍ୟ ଜଙ୍ଗଲ ଜମିକୁ ପିତୃପୁରୁଷ ରୁ ଯୁଗଯୁଗ ଧରି ଦଖଲ କରି ଚାଷକରି ଆସୁଛନ୍ତି ଜଙ୍ଗଲିଆ । ଏହା ଆମ ଜୀବନ ଜୀବିକା ସହ ଜଡିତ ତେଣୁ ଯୁଗଯୁଗ ଧରି ଦଖଲ କରି ଆସୁଥିବା ଜମିକୁ ଆମେ ଛାଡିପାରିବୁନାହିଁ ବୋଲୁ ଜଙ୍ଗଳିଆମାନେ ପାଲଟା ସରକାର ଙ୍କୁ ଚେତାବନି ଦେଇଛନ୍ତି । ଏହାପରେ ଶିବିର ଅଧାରେ ଅଟକି ଯାଇଥିଲା ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.