ETV Bharat / state

ଜିଲ୍ଳାପାଳଙ୍କୁ 10 ଦାବିପତ୍ର ପ୍ରଦାନ କଲେ ନେସନାଲ ଫ୍ରଣ୍ଟ ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିୟନ - The National Front of Indian Trade Union

ନ୍ୟାସନାଲ ଫ୍ରଣ୍ଟ ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିୟନ ଆହ୍ବାନରେ ନୂଆପଡା ଜିଲ୍ଲା ଶାଖା ସଭାପତି ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୟରେ ମହାମହିମ ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ 10 ଦଫା ଦାବିପତ୍ର ନୂଆପଡା ଜିଲ୍ଳାପାଳ ମଧୁସ୍ମିତା ସାହୁଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

The National Front of Indian Trade Union has submitted 10 demands to the district commissioner
ଜିଲ୍ଳାପାଳଙ୍କୁ 10 ଦାବିପତ୍ର ପ୍ରଦାନ କଲେ ନେସନାଲ ଫ୍ରଣ୍ଟ ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିୟନ
author img

By

Published : May 22, 2020, 12:18 AM IST

ନୂଆପଡା: ନ୍ୟାସନାଲ ଫ୍ରଣ୍ଟ ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିୟନ ଆହ୍ବାନରେ ଗୁରୁବାର ନୂଆପଡା ଜିଲ୍ଲା ଶାଖା ସଭାପତି ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୟରେ ମହାମହିମ ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ 10 ଦଫା ଦାବିପତ୍ର ନୂଆପଡା ଜିଲ୍ଳାପାଳ ମଧୁସ୍ମିତା ସାହୁଙ୍କ ଜରିଆରେ ପ୍ରଦାନ କରିଛନ୍ତି ।

ଜିଲ୍ଳାପାଳଙ୍କୁ 10 ଦାବିପତ୍ର ପ୍ରଦାନ କଲେ ନେସନାଲ ଫ୍ରଣ୍ଟ ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିୟନ

ଦାବିପତ୍ରରେ ସରକାରଙ୍କ ଶ୍ରମିକ ମାରଣା ନୀତିକୁ ସମାଲୋଚନା କରିବା ସହ କଡାକଡି ଭାବରେ ୟୁନିୟନ ବିରୋଧ କରିଛି ଏବଂ ଆଇନକୁ ସଂଶୋଧନ କରିବାପାଇଁ ୟୁନିୟନ ଚେତାବନୀ ଦେଇଛି । 1 ଲକ୍ଷ 20 ହଜାର ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଥିବାବେଳେ, ସେଥିମଧ୍ୟରୁ 72 ହଜାର ଶ୍ରମିକଙ୍କୁ ସରକାର ଭତ୍ତା ପ୍ରଦାନ କରିଛନ୍ତି । ବାକିତକ 32 ହଜାର ଶ୍ରମିକଙ୍କୁ ଭତ୍ତା ଯୋଜନାରେ ସାମିଲ କରି ତୁରନ୍ତ ଭତ୍ତା ପ୍ରଦାନ ପାଇଁ ୟୁନିୟନ ଦାବି କରିଛି ।

ସେହିଭଳି ନୂଆପଡା ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ଭାବରେ ରାଜ୍ୟରେ ବେଶ ପରିଚିତ । ମହାମାରୀ କୋଭିଡ-19ରେ ରାଜ୍ୟ ବାହାରେ ଫସିରହିଛନ୍ତି ପାଖାପାଖି 75 ହଜାର ନୂଆପଡା ଜିଲ୍ଲାର ପ୍ରବାସୀ ଓଡିଆ ଶ୍ରମିକ । ସେଥିମଧ୍ୟରୁ କେବଳ 5 ରୁ 6 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ନୂଆପଡା ଜିଲ୍ଲା ପ୍ରଶାସନ । ଏନେଇ ବାକିତକ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ୟୁନିୟନ ଦାବିକରିଛି ।

ଲକଡାଉନ ପ୍ରଭାବରେ ପ୍ରଭାବିତ ଶ୍ରମିକମାନଙ୍କୁ ସରକାର ମାସିକ 15 ଶହ ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି । ଏହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଏହାବଦଳରେ ପ୍ରତି ଶ୍ରମିକଙ୍କୁ ମାସିକ 5 ହଜାର ଟଙ୍କା ଛଅ ମାସ ପର୍ଯ୍ୟନ୍ତ ପ୍ରଦାନ କରନ୍ତୁ ସରକାର ବୋଲି ୟୁନିୟନ ଦାବି କରିଛି ।

ଏଭଳି 10 ଦଫା ଦାବି ନୂଆପଡା ଜିଲ୍ଳାପାଳଙ୍କୁ ପ୍ରଦାନ କରିଛି ନ୍ୟାସନାଲ ଫ୍ରଣ୍ଟ ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିୟନ ନୂଆପଡା ଜିଲ୍ଲା ଶାଖା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.