ETV Bharat / state

ନୂଆପଡାରେ ବନଧନ ବିକାଶ କାର୍ଯ୍ୟକ୍ରମ - TDCC ଆନୁକୂଲ୍ୟରେ ବନ ଧନ ବିକାଶ କାର୍ଯ୍ୟକ୍ର

ଅନୁଷ୍ଠିତ ହୋଇଯାଇଛି ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକ ନୂଆମାଲପଡା ଗ୍ରାମପଞ୍ଚାୟତ ପ୍ରକୋଷ୍ଠରେ ବନ ଧନ ବିକାଶ କାର୍ଯ୍ୟକ୍ରମ । ତେବେ ଏହି କାର୍ଯ୍ୟକ୍ରମ ଆଦିବାସୀ ଉନ୍ନୟନ ସମବାୟ ନିଗମ TDCC ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ...

TDCC sponsored forestry development program at Nuapada
ନୂଆପଡାରେ TDCC ଆନୁକୂଲ୍ୟରେ ବନ ଧନ ବିକାଶ କାର୍ଯ୍ୟକ୍ରମ
author img

By

Published : Oct 1, 2020, 8:12 AM IST

ନୂଆପଡା: ଅନୁଷ୍ଠିତ ହୋଇଯାଇଛି ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକ ନୂଆମାଲପଡା ଗ୍ରାମପଞ୍ଚାୟତ ପ୍ରକୋଷ୍ଠରେ ବନ ଧନ ବିକାଶ କାର୍ଯ୍ୟକ୍ରମ । ତେବେ ଏହି କାର୍ଯ୍ୟକ୍ରମ ଆଦିବାସୀ ଉନ୍ନୟନ ସମବାୟ ନିଗମ TDCC ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ TDCC ନୂଆପଡା ଜ଼ିଲ୍ଲା ପରିଚାଳକ ରଞ୍ଜନ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ, ମୁଖ୍ୟ ଅତିଥିଭାବରେ ସିନାପାଲି ବିଡିଓ ସଦାଶିଵ ନାଏକ ଯୋଗଦେଇ ବନ ଧନ ବିକାଶ ଉପରେ ଆଲୋକପାତ କରିଥିଲେ ।

ନୂଆପଡାରେ TDCC ଆନୁକୂଲ୍ୟରେ ବନ ଧନ ବିକାଶ କାର୍ଯ୍ୟକ୍ରମ

ଆୟୋଜିତ ସଭାରେ ବନ ପାହାଡ଼ ଦୁର୍ଗମ ଅଞ୍ଚଳର 70 ଶତକଡା ଆଦିବାସୀ ମହିଳା ଏବଂ 30 ଶତକଡା ଅନ୍ୟାନ୍ୟ ବର୍ଗର ମହିଳାମାନେ ଯୋଗ ଦେଇଥିଲେ । ଦୁର୍ଗମ ଜଙ୍ଗଲିଆ ମହିଳାମାନେ ହରଡ଼ା, ବାହାଡ଼ା,ଲିମ୍ବ,ଶାଲମଞ୍ଜି, ମହୁଳଫୁଲ ଫଳ,ତେନ୍ତୁଳି,ଶାଳପତ୍ର ଭଳି ଵିଭିନ୍ନ ପ୍ରକାରର ଲଘୁ ବନ ଜାତ ଦ୍ରବ୍ୟ ସଂଗ୍ରହ କରି ବ୍ୟବସାୟୀଙ୍କ ଠାରେ କମ ମୂଲ୍ୟରେ ବିକ୍ରିକରି ଠକାମୀରେ ଶିକାର ହୋଇ ଆସୁଥିଲେ । ସେହି ଠକାମୀରୁ ମହିଳାଙ୍କୁ ସୁରକ୍ଷା ଦେବାସହ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଉଚିତ୍‌ ମୂଲ୍ୟ ପ୍ରଦାନ କରିବ ଆଦିବାସୀ ଉନ୍ନୟନ ସମବାୟ ନିଗମ TDCC ନୂଆପଡା ।

ସେହିଭଳି କିଛି ଦ୍ରବ୍ୟକୁ ପ୍ରୋସେସିଙ୍ଗ କରି ଲିମ୍ବରୁ ତେଲ,ତେନ୍ତୁଳିରୁ ଆଚାର,ଗେଣ୍ଡୁଲି ଅଠାରୁ ଝୁଣା ଏଭଳି ଉନ୍ନତ ମାନର ଦ୍ରବ୍ୟ ବାହାର କରିବେ ମହିଳାମାନେ, ଯାହାକୁ ସରକାର କ୍ରୟ କରି ମହିଳା ମାନଙ୍କୁ ଲାଭ ଦେବେ । ଯାହାଫଳରେ ଗ୍ରାମାଞ୍ଚଳର ମହିଳାମାନେ ରୋଜଗାର ପାଇବାସହ ସ୍ବାବଲମ୍ବୀ ହୋଇପାରିବେ ବୋଲି TDCC ରଞ୍ଜନ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.