ନୂଆପଡା: ଜିଲ୍ଲା ସଦର ମହକୁମାର 353 ଜାତୀୟ ରାଜପଥ ଥାନା ସମ୍ମୁଖରେ ଅଭାବନୀୟ ଘଟଣା । ଚଳନ୍ତା ମାଲବୋଝେଇ ଟ୍ରକ ଆଗକୁ ଡେଇଁ ପଡି ଜଣେ ଯୁବକଙ୍କର ଆତ୍ମହତ୍ୟା । ମୃତ ଯୁବକ ଜଣକ ହେଲେ ନୂଆପଡା ସଦର ବ୍ଲକର ମହୁଆଭଟା ଗାଁର ରାଜୁ ଶବର ।
ଖବରପାଇ ନୂଆପଡା ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲା । ସହରରେ ଲାଗିଥିବା ସିସିଟିଭି କେମେରା ଫୁଟେଜ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା । ଯୁବକକୁ ମାଲବୋଝେଇ ଟ୍ରକ ଚାପି ଦେଇନାହିଁ । ଖୋଦ୍ ନିଜେ ଯୁବକ ଜଣକ ଚଳନ୍ତା ଟ୍ରକ ପଛଚକକୁ ଡେଇଁପଡି ଆତ୍ମହତ୍ୟା କରିଛି ବୋଲି ନୂଆପଡା ପୋଲିସ ସୂତ୍ରରୁ ସ୍ପଷ୍ଟ ହୋଇଛି।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ