ETV Bharat / state

ହାଇସ୍କୁଲ ହଷ୍ଟେଲରୁ ମିଳିଲା କଙ୍କାଳ, ଜାଣନ୍ତୁ ସତ କଣ ?

author img

By

Published : May 23, 2022, 11:16 AM IST

ନୂଆପଡାରେ ଚାଞ୍ଚଲ୍ୟ । ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ହଷ୍ଟେଲ ଭିତରୁ ଏକ କଙ୍କାଳ ଠାବ ହୋଇଛି। ଅଧିକ ପଢନ୍ତୁ

ନୂଆପଡାରେ ଚାଞ୍ଚଲ୍ୟ, ହଷ୍ଟେଲରୁ ଠାବ ହେଲା କଙ୍କାଳ

ନୂଆପଡା: ନୂଆପଡାରେ ଚାଞ୍ଚଲ୍ୟ । ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ହଷ୍ଟେଲ ଭିତରୁ ଏକ କଙ୍କାଳ ଠାବ ହୋଇଛି । ଖବର ପାଇ ବୋଡେନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, ଗତକାଲି(ରବିବାର) ସନ୍ଧ୍ୟାରେ ସମଲେଶ୍ବରୀ ହଷ୍ଟେଲ ପରିସରର ଏକ କଙ୍କାଳ ପଡିଥିବା କିଛି ଗ୍ରାମବାସୀ ଦେଖିଥିଲେ । ଏହାପରେ ଉକ୍ତ ଘଟଣା ବିଷୟରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେବା ପରେ କର୍ତ୍ତୃପକ୍ଷ ବୋଡେ଼ନ ପୋଲିସକୁ ଖବର ଦେଇଥିଲେ । ଖବରପାଇ ବୋଡେ଼ନ ପୋଲିସ ଏବଂ ଖଡ଼ିଆଳ SDPOଙ୍କ ଏକ ସ୍ୱତନ୍ତ୍ର ଟିମ କରଲାକୋର୍ଟ ହୋଷ୍ଟେଲକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଲାଗିରହିଥିଲା । ତେବେ ଏହା ମନୁଷ୍ୟର ନୁହେଁ ବରଂ କୌଣସି ବନ୍ୟଜନ୍ତୁର କଙ୍କାଳ ହୋଇଥାଇପାରେ ବୋଲି ସୂଚନା ଦେଇଛନ୍ତି ଖଡିଆଳ SDPO ସନ୍ତକ ଜେନା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.