ETV Bharat / state

ସିଙ୍ଗଝରର ସରପଞ୍ଚ ରୀନା ବୈଠାରୁ, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

author img

By

Published : Dec 1, 2021, 10:40 PM IST

ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ସିନାପାଲି ବ୍ଲକ ସିଙ୍ଗଝର ଗ୍ରାମପଞ୍ଚାୟତ । ୨୦୧୭ ସାଧାରଣ ନିର୍ବାଚନରେ ସରପଞ୍ଚ ଭବେ ରୀନା ବୈଠାରୁ ବିଜୟୀ ହୋଇଥିଲେ । ଶପଥ ଗ୍ରହଣ ଦିନ ଠାରୁ ରୀନା ବୈଠାରୁ ଗୋଟିଏ ପରେ ଗୋଟିଏ ବିକାଶର ପାହାଚ ଅତିକ୍ରମ କରି ଚାଲିଛନ୍ତି । ଅଧିକ ପଢନ୍ତୁ

ରୀନା ବୈଠାରୁ: ଛତିଶଗଡ଼ ସୀମାନ୍ତ ସିଙ୍ଗଝର ଗ୍ରାମପଞ୍ଚାୟତର ସଫଳ ସରପଞ୍ଚ

ନୂଆପଡା: ରାଜ୍ୟ ନିର୍ବାଚନ କମିଶନର ୭୩ ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ନୋଟିଫିକେସନ ଜାରି କରିବା ପରେ ଗ୍ରାମାଞ୍ଚଳ ଗୁଡିକରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ଆସନ୍ତା ନିର୍ବାଚନରେ ଭୋଟ ହାତେଇବା ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ଆଶାୟୀ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କ ମଧ୍ୟରେ ଦୌଡ ଲାଗିଥିବା ବେଳେ, ପୂର୍ବତନ ସରପଞ୍ଚ ଗ୍ରାମପଞ୍ଚାୟତର କ’ଣ ବିକାଶମୂଳକ କାମ କରିଛନ୍ତି, ଆଉ କ’ଣ ବାକି ରହିଛି ତା’କୁ ନେଇ ଭୋଟରଙ୍କ ମଧ୍ୟରେ ହିସାବ ନିକାଶ ଜୋର ଧରିଛି ।

ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ ୧୧୫ କିଲୋମିଟର ଦୂରତା ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ସିନାପାଲି ବ୍ଲକ ସିଙ୍ଗଝର ଗ୍ରାମପଞ୍ଚାୟତ । ଗ୍ରାମପଞ୍ଚାୟତରେ ୬ଗୋଟି ଗ୍ରାମ ୧୨ଗୋଟି ୱାର୍ଡ ୫ହଜାର ଲୋକସଂଖ୍ୟା ଥିବାବେଳେ, ୩୭୭୦ ଖଣ୍ଡ ଭୋଟର ରହିଛନ୍ତି । ଯେଉଁଥିରେ ପୁରୁଷ ୧୯୫୭ ଏବଂ ମହିଳା ୧୮୧୩ ଭୋଟର ଅନ୍ତର୍ଭୁକ୍ତ । ୨୦୧୭ ସାଧାରଣ ନିର୍ବାଚନରେ ସରପଞ୍ଚ ପଦବୀରେ ବିପୁଳ ମାତ୍ରାରେ ଭୋଟ ପାଇ ରୀନା ବୈଠାରୁ ବିଜୟୀ ମୁକୁଟ ପିନ୍ଧିଥିଲେ । ସରପଞ୍ଚ ଶପଥ ଗ୍ରହଣ କରିବା ଦିନ ଠାରୁ ରୀନା ବୈଠାରୁ ଗୋଟିଏ ପରେ ଗୋଟିଏ ବିକାଶର ପାହାଚ ଅତିକ୍ରମ କରି ଚାଲିଛନ୍ତି ।

ଗ୍ରାମପଞ୍ଚାୟତ ପକ୍କା ଗୃହ ନିର୍ମାଣ, ଆକର୍ଷଣୀୟ ଗ୍ରାମପଞ୍ଚାୟତ ମୁଖ୍ୟ ଗେଟ, PEO ବିଲ୍‌ଡିଂ, ଆକର୍ଷଣୀୟ ଗ୍ରାମୀଣ ପାର୍କ, ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି ଗୃହ, ମୋଡେଲ ଟ୍ୟାଙ୍କ, ମେଗା ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଗୁଡିକରେ ବାଡ଼ା, ଆକର୍ଷଣୀୟ ଅଙ୍ଗନବାଡି କେନ୍ଦ୍ର ନିର୍ମାଣରେ ସଫଳ ହୋଇଛନ୍ତି । ସରପଞ୍ଚ ରୀନା ବୈଠାରୁ ଏହା ବ୍ୟତୀତ ବିଭିନ୍ନ ଗାଁ ସାହି ପଡିସାକୁ ସଂଯୋଗ କରିବା ପାଇଁ ରାସ୍ତା କାମରେ ଉନ୍ନତି କରିଛନ୍ତି । ଅନ୍ୟ ଗ୍ରାମପଞ୍ଚାୟତ ସରପଞ୍ଚ ତୁଳନାରେ ସିଙ୍ଗଝର ଗ୍ରାମପଞ୍ଚାୟତ ସରପଞ୍ଚ ରୀନା ବୈଠାରୁ ଭଲ କାମ କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ଏହିସବୁ ବିକାଶ ମୂଳକ କାର୍ଯ୍ୟକୁ ଏକା କରିନାହାଁନ୍ତି ସରପଞ୍ଚ ରୀନା ବୈଠାରୁ । ତାଙ୍କ ପଛରେ ସମସ୍ତ ୱାର୍ଡସଭ୍ୟ ସଭ୍ୟା, ସମିତି ସଭ୍ୟ, ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସିନାପାଲି ବିଡ଼ିଓ, ନୂଆପଡା ଜିଲ୍ଲାପାଳଙ୍କ ସହଯୋଗ ବଳରେ ବିକାଶ ସମ୍ଭବ ହୋଇପାରିଛି ବୋଲି ଖୁଦ ସରପଞ୍ଚ ରୀନା ବୈଠାରୁ ପ୍ରକାଶ କରିଛନ୍ତି । ପାଞ୍ଚବର୍ଷ କାର୍ଯ୍ୟକାଳ ଭିତରେ ଆଉ କିଛି ବିକାଶ କାମ ରହିଯାଇଥିବା ସରପଞ୍ଚ ଦୁଃଖର ସହ ପ୍ରକାଶ କରିଛନ୍ତି । ଗ୍ରାମୀଣ ହାଟ, କଲ୍ୟାଣ ମଣ୍ଡପ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ବାଳିକା ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ଯୁକ୍ତଦୁଇ କଲେଜ ବାକି ରହହିଯାଇଛି । ଯାହାକି ଆସନ୍ତା ନିର୍ବାଚନରେ ବିଜୟୀ ହୋଇ ଆସିବା ନୂତନ ସରପଞ୍ଚ ପୂରଣ କରିବେ ବୋଲି ଅନୁରୋଧ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.