ETV Bharat / state

2 ଦିନ କଣ୍ଟେନମେଣ୍ଟ ଜୋନରେ ସିନାପାଲି - କୋରୋନା କଟକଣା ମଧ୍ୟରେ ସିନାପାଲି

ନୂଆପଡା ସିନାପାଲି ଗ୍ରାମପଞ୍ଚାୟତର କେତେକ ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା । ବିଭିନ୍ନ ସ୍ଥାନରେ ପୋଲିସର ପାଟ୍ରୋଲିଂ ସହ ମାସ୍କ ବ୍ୟବହାର ଏବଂ ସାନିଟାଇଜର ବାବଦରେ ଲୋକଙ୍କୁ ବୁଝାଉଛି ପୋଲିସ । ଅଧିକ ପଢନ୍ତୁ....

2 ଦିନ ପାଇଁ ସିନାପାଲିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Apr 14, 2021, 6:31 PM IST

ନୂଆପଡା: 2 ଦିନ ପାଇଁ ସିନାପାଲିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ପ୍ରଶାସନ। ସିନାପାଲି ଗ୍ରାମପଞ୍ଚାୟତର 14 ଟି ୱାର୍ଡକୁ ନୂଆପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଲୋକନାଥ ଶବର ଚଳିତ ମାସ 17 ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ସିନାପାଲି ପୋଲିସ ସ୍ଥାନୀୟ ବସଷ୍ଟାଣ୍ଡ, କାପସୀ ଛକ, ଯୋଗେନପଦର ଛକ, ବ୍ଲକ ଛକ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରିଛି ।

2 ଦିନ ପାଇଁ ସିନାପାଲିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଅମାନିଆ ପଥଚାରୀଙ୍କୁ ଅଟକ ରଖି ମାକ୍ସ ବ୍ୟବହାର, ସାନିଟାଇଜର ବ୍ୟବହାର ସର୍ବୋପରି ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛି ପୋଲିସ । ପ୍ରଶାସନର କଣ୍ଟେନମେଣ୍ଟ ଜୋନ ଘୋଷଣାକୁ ଦୃଷ୍ଟିରେ ରଖି ସିନାପାଲି ସହରରେ ଦୋକାନ ବଜାର ସରକାରୀ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଗାଡିମୋଟର ଚଳାଚଳ ଠପ ହୋଇପଡିଛି । ନୂଆପଡା ଜିଲ୍ଲାରେ ମଙ୍ଗଳବାର 303 ଜଣ କୋଭିଡ ପଜିଟିଭି ଚିହ୍ନଟ ହୋଇ ଥିବାବେଳେ ଆଜି ପୁଣି 104 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଶେଷ କରି ଜିଲ୍ଲାର ଖଡ଼ିଆଳ, ସିନାପାଲି ବ୍ଲକ ଅଞ୍ଚଳରେ ବ୍ୟାପକ ମାତ୍ରାରେ କୋଭିଡ ବ୍ୟାପୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.