ETV Bharat / state

ବାଘନଖ-ହାତୀଦାନ୍ତ ଡିଲ ବେଳେ ମାଡିବସିଲା ବନବିଭାଗ, 4 ଗିରଫ - ସିନାପାଲିରେ ହାତୀଦାନ୍ତ ଡିଲ୍‌

ସିନାପାଲି ରେଞ୍ଜ୍‌ରେ ପାଟ୍ରୋଲିଂ ବେଳେ ବନବିଭାଗକୁ ଏକ ବଡ଼ ସଫଳତା ମିଳିଛି । ମୂଲ୍ୟବାନ ହାତୀଦାନ୍ତ, ବାଘ ନଖ ସହ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଅଧିକ ପଢ଼ନ୍ତୁ

ଚାଲିଥିଲା ଡିଲ୍‌, ବାଘନଖ- ହାତୀଦାନ୍ତ ସହ ସହ 4 ଅଭିଯୁକ୍ତ ଗିରଫ

author img

By

Published : Nov 19, 2021, 11:00 PM IST

ନୂଆପଡ଼ା: ଜିଲ୍ଲା ସିନାପାଲି ରେଞ୍ଜ୍‌ରେ ପାଟ୍ରୋଲିଂ ବେଳେ ବନବିଭାଗକୁ ଏକ ବଡ଼ ସଫଳତା ମିଳିଛି । ମୂଲ୍ୟବାନ ହାତୀଦାନ୍ତ, ବାଘ ନଖ ସହ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଅଭିଯୁକ୍ତମାନେ ବନ୍ୟପ୍ରାଣୀଙ୍କୁ ହତ୍ୟା କରି ତାଙ୍କ ଚମଡ଼ା ନଖ ଆଦି ବକ୍ରି କରି ମୋଟ ଅଙ୍କର ଅର୍ଥ କମାଇବା ଯୋଜନାରେ ରହିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ସିନାପାଲି ବନାଞ୍ଚଳ ଅଧିନସ୍ଥ ଧନେଶ୍ୱର ମେହେର, ମନୋଜ ମେହେର ଏବଂ କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ବନାଞ୍ଚଳ ଅଧିନସ୍ଥ ନୂଆଖାଉ ବାଗ ଓ ଚିତ୍ରସେନ ବାଗ ବୋଲି ଜଣାପଡିଛି ।

ଚାଲିଥିଲା ଡିଲ୍‌, ବାଘନଖ- ହାତୀଦାନ୍ତ ସହ ସହ 4 ଅଭିଯୁକ୍ତ ଗିରଫ

ଏହି ବନାଞ୍ଚଳରେ ଦୀର୍ଘଦିନ ହେଲା ବାଘ ନଖ, ଚମଡ଼ା ଓ ହାତୀଦାନ୍ତ ବ୍ୟବସାୟରେ ଅଭିଯୁକ୍ତମାନେ ମାତିଛନ୍ତି । ଏଭଳି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସିନାପାଲି ବନାଞ୍ଚଳ ଅଧିକାରୀ ପେଟ୍ରୋଲିଂ ଜାରି ରଖିଥିଲେ । ଆଜି ବାଘ ନଖ ବିକ୍ରି କରିବା ପାଇଁ ଅଭିଯୁକ୍ତମାନେ ପଦରଭଟା ଆମ୍ବତୋଟାରେ ଗ୍ରାହକ ଅପେକ୍ଷାରେ ଲୁଚି ରହିଥିଲେ । କୌଣସି ସୂତ୍ରରୁ ଖବର ପାଇ ସିନାପାଲି ବନବିଭାଗ ଟିମ୍‌ ଅତର୍କିତ ଚଢ଼ାଉ କରିଥିଲା ।

ଚଢ଼ାଉ ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ବେଳେ ଏହି ରାକେଟ ଚେର କଳାହାଣ୍ଡି ଏମ୍‌ ରାମପୁର ପର୍ଯ୍ୟନ୍ତ ଲମ୍ବିଥିବା ଜଣା ପଡ଼ିଥିଲା । ଏହାପରେ ଏମ୍‌ ରାମପୁର ଅଞ୍ଚଳରେ ଚଢ଼ାଉ କରି ସେଠାରୁ ଦୁଇଟି ହାତୀ ଦାନ୍ତ ଜବତ କରିବା ଆଉ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.