ନୂଆପଡା: ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ସିନାପାଲି ଶାଖା ନେତୃତ୍ବରେ ଆଜି ସିନାପାଲି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ଗଣଧାରଣା ଓ ପ୍ରତିବାଦ ସଭା କରିଛନ୍ତି । 2006 ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ଆଦିବାସୀ , ଅଣ ଆଦିବାସୀ ଡଙ୍ଗରିଆ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିକରିଛନ୍ତି ।
ସୁପ୍ରିମ କୋର୍ଟ ଦେଇଥିବା ଆଦେଶ ପ୍ରତ୍ୟାହାର କରି ଜଙ୍ଗଲ ଜମି ଅଧିକାର ଆଇନକୁ ଠିକ ଭାବରେ କାର୍ଯ୍ୟକାରୀ କରିବାକୁ ଦାବିକରିଛନ୍ତି । ଏନେଇ ସିନାପାଲି ବ୍ଲକ ବଣ ଜଙ୍ଗଲରେ ବାସକରୁଥିବା ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ଶୋଭାଯାତ୍ରା କରିଥିଲେ । ଯୁଗେନପଦର ଛକ ଠାରୁ ଏକ ଶୋଭା ଯାତ୍ରାରେ ବାହାରି ଗଣଧାରଣା ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିନାପାଲି ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ