ନୂଆପଡା: ମହାମାରୀ କୋରୋନା ସଚେତନତା ନେଇ ସରକାର ବାରମ୍ବାର ଜନସାଧାରଣଙ୍କୁ ସଚେତନ କରାଉଛନ୍ତି । ଏନେଇ ନୂଆପଡା ଜିଲ୍ଲା ସିନାପାଲି ବ୍ଳକ କୁସୁମଜୋର ଗ୍ରାମପଞ୍ଚାୟତ ସରପଞ୍ଚ ଉଦିତ ପ୍ରତାପ ସିଂ ଜ୍ୟୋତିଙ୍କ ନିଆରା ପ୍ରୟାସ । ଗ୍ରାମପଞ୍ଚାୟତ ମହିଳା, ପୁରୁଷ, ଛାତ୍ରଛାତ୍ରୀ, ଯୁବକଯୁବତୀ ପ୍ରାୟ 5000 ନାଗରିକଙ୍କୁ ମାଗଣାରେ ମାସ୍କ ଏବଂ ସାବୁନ ବଣ୍ଟନ କରିଛନ୍ତି ।
ମାସ୍କ ବଣ୍ଟନ କାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ସିନାପାଲି ବିଡ଼ିଓ ସଦାଶିବ ନାଏକ , ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ଲୋକଙ୍କୁ ମହାମାରୀ କୋଭିଡ-19 ସମ୍ପର୍କରେ ସଚେତନତା କରିଛନ୍ତି । ଲକଡାଉନ ସମୟ ସୀମା ମଧ୍ୟରେ କେହି ବି ପଦାକୁ ବାହାରିବା ନାହିଁ , ଘରେ ରହିବା । ସାମାଜିକ ଦୂରତା ଅବଲମ୍ବନ କରି ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି ।
ବିଡିଓ ସଦାଶିଵ ନାଏକ , ସରପଞ୍ଚ ଉଦିତ ପ୍ରତାପ ସିଂ ଜ୍ୟୋତି ,ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର ଘରଘର ବୁଲି ମାସ୍କ ,ସାବୁନ ବିତରଣ କରିବା ସହ ତାର ବ୍ୟବହାରିକ ଦିଗ ଉପରେ ବୁଝାଇଛନ୍ତି । ପ୍ରତ୍ୟେକ ଲୋକ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରିଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିବା ସହ ସରପଞ୍ଚଙ୍କ ଏଭଳି ନିଆରା ପଦକ୍ଷେପକୁ ସିନାପାଲି ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ