ETV Bharat / state

ଗାଁରେ ପହଞ୍ଚିଲେ ପ୍ରବାସୀ ଓଡିଆ, ହୁଳହୁଳି ଦେଇ ସରପଞ୍ଚ କଲେ ସ୍ବାଗତ - ଗାଁରେ ପହଞ୍ଚିଲେ ପ୍ରବାସୀ ଓଡିଆ

ନୂଆପଡା ଜିଲ୍ଲା ସିନାପାଲି ବ୍ଳକ କରଣବାହେଲି ଗ୍ରାମପଞ୍ଚାୟତ ସରପଞ୍ଚ ପୁଷ୍ପାଞ୍ଜଳୀ ଗୁଆଲ ଗାଁକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ହୁଳହୁଳି ଦେଇ ସ୍ବାଗତ କରିଛନ୍ତି ।

ପ୍ରବାସୀ ଓଡିଆଙ୍କୁ ସରପଞ୍ଚ ପୁଷ୍ପାଞ୍ଜଳୀ ହୁଳହୁଳି ଦେଇ କଲେ ସ୍ବାଗତପ୍ରବାସୀ ଓଡିଆଙ୍କୁ ସରପଞ୍ଚ ପୁଷ୍ପାଞ୍ଜଳୀ ହୁଳହୁଳି ଦେଇ କଲେ ସ୍ବାଗତ
ପ୍ରବାସୀ ଓଡିଆଙ୍କୁ ସରପଞ୍ଚ ପୁଷ୍ପାଞ୍ଜଳୀ ହୁଳହୁଳି ଦେଇ କଲେ ସ୍ବାଗତ
author img

By

Published : May 19, 2020, 10:54 AM IST

Updated : May 19, 2020, 11:17 AM IST

ନୂଆପଡା: ଜିଲ୍ଲା ସିନାପାଲି ବ୍ଳକ କରଣବାହେଲି ଗ୍ରାମପଞ୍ଚାୟତ ସରପଞ୍ଚ ପୁଷ୍ପାଞ୍ଜଳୀ ଗୁଆଲଙ୍କ ନିଆରା ସ୍ଗାଗତ । ବସ ଯୋଗେ ଗାଁକୁ ଫେରିଥିବା ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଗାଁମୁଣ୍ଡରୁ ପାଛୋଟି ଆଣିଛନ୍ତି । ସୋମବାର ଚେନ୍ନାଇରୁ ଫେରିଥିବା 14 ଜଣ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ସ୍ବାଗତ କରିବା ପାଇଁ କରଣବାହେଲି ରାଜୀବ ଭବନ ଠାରେ ଅପେକ୍ଷା କରି ରହିଥିଲେ ସରପଞ୍ଚ ପୁଷ୍ପାଞ୍ଜଳୀ ।

ଗାଁରେ ପହଞ୍ଚିଲେ ପ୍ରବାସୀ ଓଡିଆ, ହୁଳହୁଳି ଦେଇ ସରପଞ୍ଚ କଲେ ସ୍ବାଗତ

ବସ ଆସି ଗାଁମୁଣ୍ଡରେ ଲାଗିବା କ୍ଷଣି ସରପଞ୍ଚ ହୁଳହୁଳି ଦେଇ ଶ୍ରମିକଙ୍କୁ ପାଛୋଟି ନେଇ ରାଜୀବ ଭବନରେ ଆଶ୍ରୟ ଦେଇଥିଲେ । ମହାମାରୀ କୋଭିଡ-19 ତାଣ୍ଡବରେ ଫସି ରହିଥିଲେ ଆମ ଗାଁର ଭାଇ । ଆଜି ଫେରିଆସି ମୋ ପାଖରେ ପହଞ୍ଚି ଥିବାରୁ ମୁଁ ବେଶ ଆନନ୍ଦିତ । ସତରେ ହଜିଲା ସମ୍ପତ୍ତି ପାଇଲା ପରି ଲାଗୁଛି ବୋଲି ସରପଞ୍ଚ ଖୁସିରେ କହିଛନ୍ତି । ଶ୍ରମିକଙ୍କ ପାଇଁ କଅଣ ଆନୁସାଙ୍ଗିକ ବ୍ୟବସ୍ଥା ରହିଛି ଆସନ୍ତୁ ସରପଞ୍ଚଙ୍କ ମୁହଁରୁ ଶୁଣିବା ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

Last Updated : May 19, 2020, 11:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.