ନୂଆପଡା: ଜିଲ୍ଲା ଖଡ଼ିଆଳ ବ୍ଲକ ଆଦିବାସୀ ବହୁଳ କୁଲିଗାଁର ଅସହାୟ ଅବିବାହିତା ସରସ୍ବତୀ ଲୁହାରଙ୍କ ବାସଗୃହ ନାହିଁ । ସରସ୍ବତୀ ଲୁହାରଙ୍କୁ 23 ବର୍ଷ ହୋଇଥିଲେ ସୁଦ୍ଧା ବୟସ ଅନୁପାତରେ ଶରୀରର ଗଠନ ହୋଇ ପାରିନାହିଁ । 23 ବର୍ଷୀୟା ସରସ୍ୱତୀଙ୍କ ଛୋଟ ଶିଶୁ ପରି ତାଙ୍କ ଶାରିରୀକ ଗଠନ । ଯାହାଫଳରେ ବିଚାରି ସରସ୍ୱତୀ ଲୁହାରଙ୍କୁ ବିବାହ କରିବା ପାଇଁ କୌଣସି ବରପାତ୍ର ମିଳୁନାହିଁ ।
ଭବିଷ୍ୟତରେ ସରସ୍ବତୀ ଅବିବାହିତ ହୋଇ ନିଜ ବୃଦ୍ଧ ପିତାମାତା ଦାଦା ଭାଉଜ ପାଖରେ ରହିବେ ବୋଲି ପ୍ରକାଶ କରିଛନ୍ତି। ଏଥିପାଇଁ ସରସ୍ବତୀଙ୍କୁ ଏକ ଆବାସଗୃହ ଯୋଗାଇ ଦେବା ପାଇଁ ସରକାର ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛି ସରସ୍ବତୀ । ଆଗକୁ ପ୍ରଶାସନ ସରସ୍ୱତୀର ଅନୁରୋଧକୁ ଶୁଣି ଏକ ବାସଗୃହ ଯୋଗାଇ ଦେବେ ବୋଲି ଆଶା।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ