ନୂଆପଡା: କୋରୋନା ସହ ଲଢୁଛି ସାରା ବିଶ୍ବ। ଏହି ସମୟରେ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି ଅନେକ ବଦାନ୍ୟ ବ୍ୟକ୍ତି। ତେବେ ନୂଆପଡା ଜିଲ୍ଲା ସମଲେଇ ସେନାର ଅତୁଳନୀୟ ସେବା । ଦୁର୍ଗମ ପାହାଡିଆ ଆଦିବାସୀ ଇଲାକା ସମାଡ଼ ପଦର ଗାଁରେ ପହଞ୍ଚି ଲୋକଙ୍କୁ ସହାୟତା ଯୋଗାଇଛନ୍ତି।
ତେବେ ସେନା ସଭାପତି ପ୍ରଦୀପ କୁମାର ଢିଣ୍ଡିଆ ଓ ତାଙ୍କ ସହଯୋଗୀଙ୍କ ନେତୃତ୍ୱରେ ସମାଡ଼ପଦର ଗାଁର 25 ଗୋଟି ଗରିବ ପରିବାରଙ୍କୁ ରାସନ ଯୋଗାଇ ଦେଇଛନ୍ତି । ଯେଉଁଥିରେ ଚାଉଳ,ଡାଲି,ଆଳୁ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତି ସାମଗ୍ରୀ ମହଜୁଦ ରହିଛି । ସେହିଭଳି ଛୋଟ ଛୋଟ କୋମଳ ମତି ଶିଶୁ ମାନଙ୍କୁ ବିସ୍କୁଟ ପ୍ରଦାନ କରିଛନ୍ତି ।
ଗତ କିଛିଦିନ ହେଲା ଦେଶବ୍ୟାପୀ ଲକଡାଉନ ଜାରି କରିଛନ୍ତି ସରକାର । ଏହାର ପ୍ରଭାବ ମହାନଗରୀ ଠାରୁ ସହରରେ ପଡିଛି । ସମସ୍ତଙ୍କ ରୋଜଗାର ବନ୍ଦ ଥିବାବେଳେ, ଏହାର ପ୍ରଭାବ ଖଡ଼ିଆଳ ବ୍ଲକ ଆଦିବାସୀ ବହୁଳ ଦୁର୍ଗମ ସମାଡ଼ପଦର ଗାଁରେ ପ୍ରତିଫଳନ ହୋଇଛି । ଆଦିବାସୀଙ୍କ ଅଭାବ ଅସୁବିଧାକୁ ଧ୍ୟାନଦେଇ ଆଜି ନୂଆପଡା ଜ଼ିଲ୍ଲା ସମଲେଇ ସେନା ସମାଡ଼ପଦର ଗାଁରେ ତାର ମାନବିକତାର ପରିଚୟ ଦେଇପାରିଛି।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ