ETV Bharat / state

ରାସ୍ତା ପାଲଟିଛି ମରଣଯନ୍ତା, ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ - ପୁଟୁପଡା ଗାଁର ରାସ୍ତା

ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଏନଏସି ୱାର୍ଡ ନମ୍ବର11 ପୁଟୁପଡା ଗାଁର ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ବାରମ୍ବାର NAC କର୍ତ୍ତୃପକ୍ଷକୁ ଅଭିଯୋଗ ପରେ ବି ନଶୁଣିବାରୁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ରାସ୍ତା ପାଲଟିଛି ମରଣଜନ୍ତା, ଚାଲିବାକୁ ଭୟ କରୁଛନ୍ତି ପୁଟୁପଡା ଗାଁ ଲୋକେ

author img

By

Published : Oct 2, 2021, 4:50 PM IST

ନୂଆପଡା: ରାସ୍ତା ନୁହେଁ ତ ମରଣଯନ୍ତା । ଖାଲଖମା ସାଙ୍ଗକୁ କାଦୁଅ ପଚପଚରେ ଭର୍ତ୍ତି ହୋଇଛି ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଏନଏସି ୱାର୍ଡ ନମ୍ବର11 ପୁଟୁପଡା ଗାଁର ରାସ୍ତା । ପୁଟୁପଡା PWD ରୋଡ଼ ଠାରୁ ମଡେଲ ଡିଗ୍ରୀ କଲେଜ ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ରାସ୍ତାରେ ଯାନବାହାନ ଯିବା ତ ଦୂରର କଥା ଚାଲିବାକୁ ମଧ୍ୟ ଭୟ ଲାଗୁଛି । ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି ରାସ୍ତାରେ ପ୍ରତିଦିନ ଶହଶହ ଲୋକ ଯାତାୟତ କରୁଥିବା ବେଳେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ରାସ୍ତା ପାଲଟିଛି ମରଣଯନ୍ତା, ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଏହି ରାସ୍ତା କଡରେ FCI ଗୋଦାମ ରହିଥିବା କାରଣରୁ ପ୍ରତିଦିନ ଭାରିଯାନ ଯାତାୟାତ କରି ସ୍ଥାନୀୟ ଲୋକଙ୍କୁ ଅସୁରକ୍ଷିତ କରୁଛି । ରାସ୍ତା କଡରେ ଥିବା ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନେ ମଧ୍ୟ ଯାତାୟାତ କରିବା ପାଇଁ ଅସୁରକ୍ଷିତ ମଣୁଛନ୍ତି । ତେବେ ଖାଲି ଗାଁରେ ରାସ୍ତା ସମସ୍ୟା ନୁହେଁ ବିଦ୍ୟୁତ, ପାନୀୟ ଜଳ ଓ ଡ୍ରେନେଜ ସମସ୍ୟା ମଧ୍ୟ ରହିଛି । ଏନେଇ ବାରମ୍ବାର NAC କର୍ତ୍ତୃପକ୍ଷକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ରାସ୍ତାର ଉନ୍ନତୀକରଣ ନେଇ ଗାଁର ପୁରୁଷ ଓ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ମଡେଲ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ମଧ୍ୟ ଏହି ରାସ୍ତାରେ ଯାତାୟାତ କରିବା ଅସୁରକ୍ଷିତ ମନେକରି କଲେଜ ଅଧ୍ୟକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଆସୁଥିବା କଲେଜ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ତେବେ ରାସ୍ତା ମରାମତି ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇବା ପରେ ଖୁବଶୀଘ୍ର PWD ବିଭାଗ ରାସ୍ତା ନିର୍ମାଣ କରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.