ETV Bharat / state

ଏମିତି ଆସେ ମୃତ୍ୟୁ: ରାସ୍ତାକଡରେ ଠିଆ ହୋଇଥିଲେ, ମାଡି ଗଲା ଟ୍ରକ

author img

By

Published : Aug 18, 2020, 10:37 PM IST

ଜିଲ୍ଲାର 353 ଜାତୀୟ ରାଜପଥ ଯୁକ୍ତ 2 ଗାନ୍ଧୀ ମହାବିଦ୍ୟାଳୟ ନିକଟରେ ସଡକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ।

road accident in nuapada
ରାସ୍ତାକଡେ ଠିଆ ହୋଇଥିଲେ, ମାଡି ଗଲା ଟ୍ରକ

ନୂଆପଡା: ଜିଲ୍ଲାର 353 ଜାତୀୟ ରାଜପଥ ଯୁକ୍ତ 2 ଗାନ୍ଧୀ ମହାବିଦ୍ୟାଳୟ ନିକଟରେ ସଡକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ବରପଦର ଗାଁର ଭୂପତି ବାଗ ।

ସୂଚନାନୁସାରେ, ଭୂପତି ପରିବାର ସହ ଏକ ଅଟୋ ସାହାଯ୍ୟରେ ଖଡ଼ିଆଳ ସହରକୁ ମାର୍କେଟିଂ ପାଇଁ ଆସିଥିଲେ । ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଅଟୋ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଭୂପତି ବାଗଙ୍କ ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା ।

ରାସ୍ତାକଡେ ଠିଆ ହୋଇଥିଲେ, ମାଡି ଗଲା ଟ୍ରକ

ତେବେ ଖଡ଼ିଆଳ ପୋଲିସ, ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଛନ୍ତି । ଅପରପକ୍ଷେ ନୂଆପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରେଡ଼କ୍ରସ ପାଣ୍ଠିରୁ ମୃତକଙ୍କ ପରିବାର ବର୍ଗଙ୍କୁ 20 ହଜାର ଟଙ୍କା ସାହାଯ୍ୟ ଯୋଗାଇ ଦିଆଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.