ETV Bharat / state

ନୂଆପଡ଼ାରେ ସଡକ ଦୁର୍ଘଟଣା, ବୃଦ୍ଧ ମୃତ

author img

By

Published : Feb 13, 2021, 3:08 PM IST

ନୂଆପଡା ଜିଲ୍ଲା ତୁକୁଲା ଗ୍ରାମରେ ଘଟିଥିବା ସଡ଼କ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Road accident in Nuapada, old man dead
ନୂଆପଡ଼ାରେ ସଡକ ଦୁର୍ଘଟଣା, ବୃଦ୍ଧ ମୃତ

ନୂଆପଡା: ଜିଲ୍ଲାର ଖଡ଼ିଆଳ ଥାନା ତୁକୁଲା ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଜଣେ ଅଜଣା ବୃଦ୍ଧଙ୍କୁ ମାଲ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ବୃଦ୍ଧଙ୍କ ମୃତ ଘଟିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି ।

ନୂଆପଡ଼ାରେ ସଡକ ଦୁର୍ଘଟଣା, ବୃଦ୍ଧ ମୃତ

ତୁକୁଲା ଗ୍ରାମ ପଟରୁ ଖଡ଼ିଆଳ ଅଭିମୁଖେ ଯାଉଥିବା ଜଣେ ଅଚିହ୍ନା ବୃଦ୍ଧ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଅପର ପାର୍ଶ୍ବ ତଥା ଭବାନୀପାଟଣା ପାର୍ଶ୍ବରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିଛି । ତେବେ ବେପୁରିଆ ଟ୍ରକ ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.