ନୂଆପଡା: ସାନମହେଶ୍ବର ଗାଁଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ ଭ୍ୟାନ ଧକ୍କାରେ 2 ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ 2 ଯୁବକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ପୋଡାପାଲି ଗାଁର ରାଜୁ ଶବର ଓ ଦୁମେରବାହାଲ ଗାଁର ଦିବ୍ୟରଞ୍ଜନ ଘିଭେଲା ବୋଲି ଜଣାପଡିଛି ।
ଖବର ପାଇ ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ ଏବଂ ଦମକଳ ବାହିନୀ ଥିଲେ । ପୋଲିସ ପିକଅପ ଭ୍ୟାନକୁ ଜବତ କରିଥିବାବେଳେ,ଡ୍ରାଇଭର ଫେରାର ଥିବା ଜଣାପଡିଛି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ