ETV Bharat / state

ବହୁ ଚର୍ଚ୍ଚିତ ପ୍ରଭା ଶବର ହତ୍ୟା ଘଟଣା, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ - ପ୍ରଭା ଶବର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବି

ନୂଆପଡ଼ାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସମିତି ଏବଂ ବିଶ୍ୱାବସୁ ଶବର କଲ୍ୟାଣ ସମିତି ପକ୍ଷରୁ ପ୍ରତିବାଦ। ପ୍ରଭା ଶବର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବି । ଅଧିକ ପଢ଼ନ୍ତୁ

protest in nuapada demanding arrest of accused on prabha shabar murder case
ବହୁ ଚର୍ଚ୍ଚିତ ପ୍ରଭା ଶବର ହତ୍ୟା ଘଟଣା, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ
author img

By

Published : Oct 22, 2022, 7:18 AM IST

Updated : Oct 22, 2022, 9:31 AM IST

ନୂଆପଡ଼ା: ବହୁ ଚର୍ଚ୍ଚିତ ପ୍ରଭା ଶବର ମର୍ଡର ଘଟଣା ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସମିତି ଏବଂ ବିଶ୍ୱାବସୁ ଶବର କଲ୍ୟାଣ ସମିତି ପକ୍ଷରୁ ରାସ୍ତା ଅବରୋଧ । ବିଶ୍ୱାବସୁ ଶବର କଲ୍ୟାଣ ସମିତି ଆବାହକ ଭାନୁପ୍ରତାପ ମାଝୀ ବାଳକୃଷ୍ଣ ଶବରଙ୍କ ନେତୃତ୍ୟରେ 14 ଦଫା ଦାବୀ ପୂରଣ ନେଇ ପାରମ୍ପରିକ ଶୋଭାଯାତ୍ରା ହୋଇଥିଲା । ଏହି ଅବସରରେ ସମିତି ପକ୍ଷରୁ ନଗରପରିକ୍ରମା ଓ ବ୍ଲକ କାର୍ଯ୍ୟାଳୟ ଘେରାଉ ହୋଇଥିଲା ।

ବହୁ ଚର୍ଚ୍ଚିତ ପ୍ରଭା ଶବର ହତ୍ୟା ଘଟଣା

ଖଡ଼ିଆଳ ପୁଟୁପଡା ୱାର୍ଡ ନମ୍ବର 11 ବହୁ ଚର୍ଚ୍ଚିତ ପ୍ରଭା ଶବର ମର୍ଡର ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଦାବି କରାଯାଇଛି । ହତ୍ୟାକାଣ୍ଡ ଘଟଣାରେ ମୃତକ ପରିବାର ବର୍ଗଙ୍କୁ ହରିଶ୍ଚନ୍ଦ୍ର ଯୋଜନା, ଜିଲ୍ଲା ରେଡକ୍ରସ ପାଣ୍ଠି, ଜାତୀୟ ପରିବାର କଲ୍ୟାଣ ଯୋଜନା, ଏଟ୍ରସିଟି ଆଇନ ଯୋଜନାରେ ସରକାରୀ ସହାୟତା, ଆବାସ ଗୃହ ଯୋଜନାରେ ତୁରନ୍ତ ସାମିଲ କରି ସହାୟତା ଯୋଗାଇ ଦେବା ସହ 14 ଦଫା ଦାବି ପୂରଣ ନେଇ ଆନ୍ଦୋଳନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ

ପାରମ୍ପରିକ ଭେଶଭୂଷାରେ ସଜ୍ଜିତ ଏକ ବିଶାଳ ଶୋଭାଯାତ୍ରା ଖଡ଼ିଆଳ ପୁଟୁପଡା ଠାରୁ ବାହାରି ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି ହୋଇଥିଲା । ଫଳରେ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହା ପରେ 353 ଜାତୀୟ ରାଜପଥ ବ୍ଲକ ଛକ ଅବରୋଧ କରିଥିଲେ । ପରେ 14ଦଫା ସମନ୍ୱିତ ଏକ ଦାବିପତ୍ର ଖଡ଼ିଆଳ ବିଡ଼ିଓଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳଙ୍କୁ ପ୍ରେରଣ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Oct 22, 2022, 9:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.