ନୂଆପଡା: ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି । ଏନେଇ ମାଟ୍ରିକ ପରୀକ୍ଷାରେ ଶୃଙ୍ଖଳା ଓ ସ୍ବଚ୍ଛତା ଆଣିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି ।
ଚଳିତ ବର୍ଷ ଜିଲ୍ଲାରେ 51 ଗୋଟି ପରୀକ୍ଷା କେନ୍ଦ୍ର କରାଯାଇଛି ଏବଂ ସେଥିମଧ୍ୟରୁ 5 ଗୋଟି ନୋଡାଲ ସେଣ୍ଟର ଅନ୍ତର୍ଭୁକ୍ତ। ଜିଲ୍ଲାର ବିଭିନ୍ନ ହାଇସ୍କୁଲରୁ 10 ହଜାର 52ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ନିଶ୍ଚିନ୍ତ ହୋଇଯାଇଛି। ଏହାସହ ଜିଲ୍ଲାର 18ଗୋଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ cctv ମଧ୍ୟ ଲାଗିଛି ।
ପରୀକ୍ଷା ପରିଚାଳନା କରିବା ପାଇଁ 500 କର୍ମଚାରୀ ନିୟୋଜିତ ହୋଇଛନ୍ତି । ବୋର୍ଡ ପକ୍ଷରୁ ସ୍ପେସାଲ ସ୍କ୍ୱାର୍ଡ, ଜିଲ୍ଲା ସ୍କ୍ୱାର୍ଡ, ଡିଇଓ ସ୍କ୍ୱାର୍ଡ ପରୀକ୍ଷା କେନ୍ଦ୍ର ଅନୁଧ୍ୟାନ କରିବା ପାଇଁ ସ୍ଥିର କରାଯାଇଛି । ପରୀକ୍ଷାକେନ୍ଦ୍ରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣ ନିଷେଧ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ