ETV Bharat / state

ବୈଗାପଡା ଗାଁକୁ ଦାଉ ସାଧିଲା ପ୍ରଧାନମନ୍ତ୍ରୀ ସଡକ ଯୋଜନା

author img

By

Published : Feb 16, 2020, 1:37 AM IST

ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବୈଗାପଡା ଗାଁରେ ନିର୍ମାଣ ହୋଇଥିଲା ରାସ୍ତା କାମ । ହେଲେ ଏହି ସଡକ କାମ ଏବେ ସହରବାସୀଙ୍କ ପାଇଁ ନର୍କ ପାଲଟିଛି । ଅଧିକ ପଢନ୍ତୁ...

PMGSY scheme becomes hell for Baigpada villagers
ବୈଗାପଡା ଗାଁକୁ ଦାଉ ସାଧିଲା ପ୍ରଧାନମନ୍ତ୍ରୀ ସଡକ ଯୋଜନା

ନୂଆପଡା: ଜିଲ୍ଲାର ସିନାପାଲି ବ୍ଲକ ବୈଗାପଡା ଗାଁକୁ ଦାଉ ସାଧିଲା ପ୍ରଧାନମନ୍ତ୍ରୀ ସଡକ ଯୋଜନା । ଏହି ଗାଁକୁ ସରକାରଙ୍କ ଅନୁମୋଦନ ଦୀର୍ଘ 5 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ସଡକ ନିର୍ମାଣ କାର୍ଯ୍ୟ । ଅର୍ଥାତ୍‌ ପିଡବ୍ଲ୍ୟୁଡି ରାସ୍ତା ଠାରୁ ଭାୟା ରାଣୀଡୁଙ୍ଗରୀ ଗାଁ ଦେଇ ବୈଗାପଡା ଦୀର୍ଘ 4କିମି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ତେବେ ସଡକ ନିର୍ମାଣ ଯୋଜନାରେ ବୈଗାପଡା ଗାଁ ଦାଣ୍ଡର ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥାର ନିୟମ ରହିଛି । ହେଲେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାର ଜଣକ ମଝି ରାସ୍ତାରେ ଛାଡି ଦେଇଥିଲା ଡ୍ରେନେଜ କାମ । ଫଳରେ ଗାଁରେ ଥିବା ଓଭରହେଡ ପାଣିଟାଙ୍କିର ଷ୍ଟାଣ୍ଡପୋଷ୍ଟ ପାଣି କୌଣସି ତଳିଆ ଅଞ୍ଚଳକୁ ନିଷ୍କାସନ ନହୋଇ ମଝିରେ ଗାଁରେ ଜମାଟ ବାନ୍ଧୁଛି । ଯଦ୍ବାରା ଖରା ହେଉକି ବର୍ଷା ଗାଁ ଲୋକଙ୍କୁ ସବୁବେଳେ କାଦୁଅ ସରସର ମଇଳା ଦୁର୍ଗନ୍ଧ ପାଣି ଦେଇ ଯାତାୟତ କରିବାକୁ ପଡୁଛି । ଏପରିକି କୋମଳମତି ଶିଶୁମାନେ ଖାଲି ପାଦରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି । ଫଳରେ ଶିଶୁମାନଙ୍କ ପାଦରେ ଚର୍ମ ରୋଗ ଦେଖାଦେଇଛି ।

ସେହିପରି ଉକ୍ତ ରାସ୍ତା ଦେଇ ଭାରିଯାନ ମଧ୍ୟ ଯାତାୟତ କରୁଛି । ପ୍ରତିଦିନ କାଦୁଅ ରାସ୍ତାରେ ଚକ ଖସି ଯାଇ ନାନା ଦୁର୍ଘଟଣାର ଶିକାର ହେଉଛନ୍ତି ସ୍ଥାନୀୟବାସୀ । କେବଳ ଏତିକି ନୁହେଁ ଏହି କାଦୁଅ ପାଣି ଗାଁ ନିକଟସ୍ଥ ପୋଖରୀରେ ମିଶୁଥିବାରୁ ଲୋକେ ସେହି ପାଣିକୁ ନିତ୍ୟବ୍ୟବହାର୍ଯ୍ୟ କାମରେ ବ୍ୟବହାର କରି ରୋଗୀରେ ପୀଡିତ ହେଉଥିବା ଅଭିଯୋଗ କରିଛନ୍ତି ।

ସେପଟେ ଗାଁର ଏହି ସମସ୍ୟା ନେଇ ଆମ ପ୍ରତିନିଧି ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲେ । ଡ୍ରେନେଜ ନିର୍ମାଣ ପାଇଁ ଲୋକେ ନିଜ ଜମି ଛାଡିବାକୁ ରାଜି ହେଉନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ସେ କହିଛନ୍ତି । ତୁରନ୍ତ ଏସମ୍ପର୍କରେ ଗାଁ ଲୋକଙ୍କ ସହ ଆଲୋଚନା କରି ଡ୍ରେନେଜ ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷେ ତୁରନ୍ତ ଏସମସ୍ୟାର ସମାଧାର ନକଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.