ETV Bharat / state

ବିଦ୍ୟୁତ ସଵଷ୍ଟେସନ ନିଯୁକ୍ତିରେ ଅନିୟମିତତା, ଆମରଣ ଅନଶନରେ ସ୍ଥାନୀୟ ଲୋକେ - ୱେସ୍କୋ ଇଲେକ୍ଟ୍ରି ସଵଷ୍ଟେସନ

ୱେସ୍କୋ ଇଲେକ୍ଟ୍ରି ସଵଷ୍ଟେସନରେ ନିଯୁକ୍ତିରେ ଅବ୍ୟବସ୍ଥା ହୋଇଛି । ଏହାକୁ ରଦ୍ଧ କରି ନୂତନ ଭାବରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭକରି ସ୍ଥାନୀୟ ଯୋଗ୍ୟ ପ୍ରାର୍ଥୀକୁ ନିଯୁକ୍ତି ପ୍ରଦାନ କରିବା ଦାବିରେ ଦୀର୍ଘ 15 ଦିନ ଗଣଧାରଣା ଦେଇଥିଲେ ବିକ୍ଷୋଭକାରୀ । ହେଲେ ସୁଫଳ ନ ମିଳିବାରୁ ଆଜିଠାରୁ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ସିନାପାଲି ଜିଲ୍ଲା ପରିଷଦ ସଭ୍ୟ ।

ଇଲେକ୍ଟ୍ରି ସଵଷ୍ଟେସନରେ ନିଯୁକ୍ତିରେ ଅବବ୍ୟବସ୍ଥା, ଆମରଣ ଅନଶନରେ ସ୍ଥାନୀୟ ଲୋକେ

author img

By

Published : Aug 6, 2020, 8:06 PM IST

ନୂଆପଡା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ 15 ଦିନର ଗଣଧାରଣା ପରେ ସୁଫଳ ନ ମିଳିବାରୁ ଆଜି ଗଣଧାରଣାକୁ ତୀବ୍ରତର କରିଛନ୍ତି ବିକ୍ଷୋଭକାରୀ । ସିନାପାଲି ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର ସମେତ ଶେଖର ମେହେର,କାନ୍ତ ମାଝୀ ଏବଂ ଧନସିଂ ମାଝୀ ଆଜି ଠାରୁ ଆମରଣ ଅନଶନ ରେ ବସିଛନ୍ତି ।

ଇଲେକ୍ଟ୍ରି ସଵଷ୍ଟେସନରେ ନିଯୁକ୍ତିରେ ଅବବ୍ୟବସ୍ଥା, ଆମରଣ ଅନଶନରେ ସ୍ଥାନୀୟ ଲୋକେ

ସୂଚନାଯୋଗ୍ୟ ସିନାପାଲି ବ୍ଲକ ଚଲନା, ଟିମନପୁର ଏବଂ ବୋଡେ଼ନ ବ୍ଲକ ରୋକାଲ ଠାରେ ନିକଟରେ ନବନିର୍ମିତ ୱେସ୍କୋ ବିଦ୍ୟୁତ ସଵଷ୍ଟେସନ ସ୍ଥାପିତ ହୋଇଛି । ଏହି ସଵଷ୍ଟେସନ ରେ ଟେକନିସିଆନ, ହେଲ୍ପର ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅନଶନକାରୀ ଅଭିଯୋଗ କରିଛନ୍ତି । ଏହି ନିଯୁକ୍ତି ବ୍ୟବସ୍ଥାରେ ନୂଆପଡା ଓ ୱେସ୍କୋ ଏକଜୁକ୍ୟୁଟିଭି ଇଂଜିନିୟର ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ଏହାକୁ ରଦ୍ଦ କରି ନୂତନ ଭାବରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭକରି ସ୍ଥାନୀୟ ଯୋଗ୍ୟ ପ୍ରାର୍ଥୀକୁ ନିଯୁକ୍ତି ପ୍ରଦାନ କରିବା ଦାବିରେ ଦୀର୍ଘ 15 ଦିନ ଗଣଧାରଣା ଦେଇଥିଲେ । ସୁଫଳ ନ ମିଳିବାରୁ ଆଜିଠାରୁ ଧାରଣାକାରୀମାନେ ନଖାଇ ନପିଇ ଆମରଣ ଅନଶନରେ ବସିଛନ୍ତି ।

ନୂଆପଡା ରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.