ETV Bharat / state

ବାଘ ଓ ମଣିଷ ଉଭୟ ରହିବେ ସୁରକ୍ଷିତ, ଗଠନ ହେଲା ଶାନ୍ତି କମିଟି

ନୂଆପଡା ବନାଞ୍ଚଳ ଅଧିନସ୍ଥ କୋଦୋପାଲି ଗାଁଠାରେ ସ୍ଥାନୀୟ ଲୋକ ଏବଂ ପ୍ରଶାସନର ମିଳିତରେ ଏହି ଶାନ୍ତି କମିଟି ଗଠନ କରାଯାଇଛି । ତେବେ ଆଗାମୀ ଦିନରେ ମଣିଷ ସହିତ ବାଘ ଯେମିତି ସୁରକ୍ଷିତ ରହି ପାରିବେ ସେହି ଦିଗରେ ଆଲୋଚନା କରାଯାଇଛି । ଅଇଧ

ବାଘ ଓ ମଣିଷ ଉଭୟ ରହିବେ ସୁରକ୍ଷିତ, ଗଠନ ହେଲା ଶାନ୍ତି କମିଟି
ବାଘ ଓ ମଣିଷ ଉଭୟ ରହିବେ ସୁରକ୍ଷିତ, ଗଠନ ହେଲା ଶାନ୍ତି କମିଟି
author img

By ETV Bharat Odisha Team

Published : Nov 8, 2023, 7:08 AM IST

ବାଘ ଓ ମଣିଷ ଉଭୟ ରହିବେ ସୁରକ୍ଷିତ, ଗଠନ ହେଲା ଶାନ୍ତି କମିଟି

ନୂଆପଡା: କଲରାପତରିଆ ବାଘ ଓ ମଣିଷର ସୁରକ୍ଷା ନେଇ ଗଠନ ହେଲା ଶାନ୍ତି କମିଟି । ନୂଆପଡ଼ା ବନାଞ୍ଚଳ ଅଧିନସ୍ଥ କୋଦୋପାଲି ଗାଁଠାରେ ସ୍ଥାନୀୟ ଲୋକ ଏବଂ ପ୍ରଶାସନର ମିଳିତରେ ଏହି ଶାନ୍ତି କମିଟି ଗଠନ କରାଯାଇଛି । ତେବେ ଆଗାମୀ ଦିନରେ ମଣିଷ ସହିତ ବାଘ ଯେମିତି ସୁରକ୍ଷିତ ରହି ପାରିବେ ସେହି ଦିଗରେ ଆଲୋଚନା କରାଯାଇଛି ।

ତେବେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସ୍ଥିତ କଟିଙ୍ଗପାଣି, ସିଲିଆରିବାହାରା, କୋଦୋପାଲି ଗାଁରେ ଲଗାତାର ବାଘ ଆକ୍ରମଣକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି । ବାଘ ଆକ୍ରମଣରେ ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ବନ ବିଭାଗ ଲୋକଙ୍କୁ ସୁରକ୍ଷା ଦେବାରେ ଫେଲ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇଥିଲା । ପରେ ବନ ବିଭାଗର ଆପ୍ରାଣ ଉଦ୍ୟମରେ କଲରାପତରିଆ ବାଘକୁ ଯନ୍ତା ସାହାଯ୍ୟରେ ଧରି ନୂଆପଡ଼ା ସଦର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଛି ।

ଏହାମଧ୍ୟ ପଢନ୍ତୁ..ଯନ୍ତାରେ ପଡିଲା ନୂଆପଡାର ମଣିଷଖିଆ ବାଘ; ୫ ଦିନ ହେଲା ଖେଲାଇଥିଲା ଆତଙ୍କ

ବନବିଭାଗ ବାଘକୁ ଯନ୍ତାରେ ଧରି ଆଣିବା ସମୟରେ ସ୍ଥାନୀୟ ବନ କର୍ମଚାରୀ, ପୋଲିସ ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । 'ବାଘ ଆମ ସମ୍ପର୍କୀୟଙ୍କ ଜୀବନ ନେଇଛି ଆମେ ତା ଜୀବନ ନେବୁ' କହି ତାତିଥିଲେ ସ୍ଥାନୀୟ ଲୋକେ । ଶତାଧିକ ଗାଁଲୋକେ ଏକତ୍ରିତ ହୋଇ ବନ କର୍ମଚାରୀ ଏବଂ ପୋଲିସକୁ ଘେରି ଯାଇଥିଲେ । ସେଠାରେ ଏକ ପ୍ରକାର ଠେଲା ପେଲା ଧସ୍ତାଧସ୍ତି ହୋଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ କଳେବଳେ କୌଶଳରେ ବାଘକୁ ଲୋକଙ୍କ ଠାରୁ ମୁକ୍ତ କରି ନୂଆପଡ଼ା ରେଞ୍ଜକୁ ଅଣାଯାଇଛି ।

ଏଭଳି ସ୍ଥିତିରେ ସ୍ଥାନୀୟ ଲୋକ, ବନ କର୍ମଚାରୀ, ପୋଲିସ ଏବଂ ବାଘ ସୁରକ୍ଷା ନେଇ ମିଳିତ ଶାନ୍ତି କମିଟି କୋଦୋପାଲି ଗାଁରେ ଗଠିତ ହୋଇ ଯାଇଛି । ଆଗାମୀ ଦିନରେ ମଣିଷ ସହିତ ବାଘ ଯେମିତି ସୁରକ୍ଷିତ ରହି ପାରିବେ ସେହି ଦିଗରେ ଏହି ଶାନ୍ତି କମିଟି କାମ କରିବ ବୋଲି ଶପଥ ନେଇଛନ୍ତି । କମିଟିରେ ସ୍ଥାନୀୟ ସରପଞ୍ଚ ଭୁବନେଶ୍ଵରୀ ଦଣ୍ଡସେନା ସହିତ ଗାଁର ଭଦ୍ରବ୍ୟକ୍ତି, ବନ କର୍ମଚାରୀ, ପୋଲିସ ସାମିଲ ରହିଛନ୍ତି । ସେହିଭଳି ଶାନ୍ତି କମିଟି ଗଠନ ସମୟରେ ନୂଆପଡା ତହସିଲଦାର, ବିଡ଼ିଓ ନୂଆପଡା, ସହିତ ଏକାଧିକ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ । ଅପରପକ୍ଷେ ଯନ୍ତାରେ ଧରି ନୂଆପଡା ରେଞ୍ଜକୁ ଅଣାଯାଇଥିବା ବାଘ ସୁସ୍ଥ ରହିଛି । ଉଚ୍ଚ କତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଇବା ପରେ ବାଘ ନନ୍ଦନକାନନ ଯିବ କି ଆଉ କେଉଁଠିକୁ ଯିବ ତାହା ଜଣାପଡିବ ବୋଲି DFO ଶୁଶୀଲ କୁମାର ତ୍ରିପାଠୀ କହିଛନ୍ତି ।

ଇଚିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.